ରାଜେନ୍ଦ୍ରପୁର ପଞ୍ଚାୟତରେ ଏମବିକେ , ସିଆରପି ଆବେଦନରେ ଅନିୟମିତତା ଅଭିଯୋଗ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତରେ ଏମିବିକେ, ସିଆରପି ପଦ ଆବେଦନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ରାଜେନ୍ଦ୍ରପୁର ଆଂଚଳିକ ମଂଚର ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ, ବିଶ୍ୱ ସାଇଶକ୍ତି ଗୋଷ୍ଠୀ, ସାଇଶପଥ ସ୍ୱୟଂ ସହାୟକ ଗୋଷ୍ଠୀ, ଲକ୍ଷ୍ମୀନାରାୟଣ ସ୍ୱୟଂ ସହାୟକ ଗୋଷ୍ଠୀ, ପବନପୁତ୍ର ସ୍ୱୟଂ ସହାୟକ ଗୋଷ୍ଟୀ, ଶକ୍ତି ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଓଲଏମରେ ବାହାରିଥିବା ପଦବୀ ଏମବିକେ, ସିଆରପି ପାଇଁ ଆବେଦନ କରିଥିଲେ । ହେଲେ ଓଏଲଏମ ପୁନର୍ବାର ସଠିକ ଫର୍ମରେ ଆବେଦନ କରିବା ପାଇଁ ମହାସଂଘକୁ ଜଣାଇଥିଲେ ମଧ୍ୟ ରାଜେନ୍ଦ୍ରପୁର ଆଂଚଳିକ ମଂଚରେ ସଭାପତି ଓ ସମ୍ପାଦିକା ଇସି ସଭ୍ୟା ବିଧିବଦ୍ଧ ମିଟିଂ ନକରି ସୁଚିନ୍ତିତଉପାୟରେ ତଥା ଏହି ଆଂଚଳିକ ମଂଚର ଉପଭୋକ୍ତା ଗୋଷ୍ଠୀର ସଭାପତି ଓ ସମ୍ପାଦିକାଙ୍କୁ ନଜଣାଇ ଭିତିରିଆ କେତେକ ସଭ୍ୟାଙ୍କୁ କହି ଏମବିକେ, ସିଆରପି ଫର୍ମ ପୂରଣ କରିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ସଭ୍ୟାମାନେ ମହାସଂଘର ସଭାପତି, ସମ୍ପାଦିକା ତଥା ଆଂଚଳିକ ମଂଚର ସଭାପତି ଓ ସମ୍ପାଦିକାଙ୍କୁ ପଚାରିବାରୁ ସେମାନେ କହୁଛନ୍ତି ଆମ୍ଭେ ମିଟିଂ କରିଛୁ, ନୋଟିସ କରିଛୁ, ଫଟୋ ଉଠାଇଛୁ ଇତ୍ୟାଦି ମିଥ୍ୟା କଥା କହୁଥିବା ଅଭିଯୋଗ କରିଛନ୍ତି । ଏହାର ଏକ ତଦନ୍ତ କରି ଗୋଷ୍ଠୀର ପୂର୍ବ ଆବେଦନ କରିଥିବା ସଭ୍ୟା ମାନଙ୍କୁ ପୁନର୍ବାର ଆବେଦନ କରିବା ପାଇଁ ସୁଯୋଗ ପ୍ରଦାନ କରିବାକୁ ନିବେଦନ କରିଛନ୍ତି । ଏଥିନେଇ ସଭ୍ୟାମାନେ ଜିଲ୍ଲାପାଳଙ୍କ ନିକଟକୁ ଡାକ ଯୋଗେ ଅଭିଯୋଗ ପତ୍ର ପଠାଇଥିବା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ