ରାଜେନ୍ଦ୍ରପୁର ମଠରେ ପଣ୍ଡୁ ପୂର୍ଣ୍ଣିମା ପାଳିତ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଳକ ରାଜେନ୍ଦ୍ରପୁର ସ୍ଥିତ ବଣେଶ୍ୱର ମଠ ଠାରେ ପବିତ୍ର ପଣ୍ଡୁ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଏହାସହିତ ମଠର ବଡ଼ ମାତାଙ୍କ ମହାପରାୟଣ ଦିବସ ଅବସରରେ ଶ୍ରାଦ୍ଧ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟୁଷରୁ ଶ୍ରଦ୍ଧାଳୁ ମାନେ ମଠ ଠାରେ ପହଂଚି ସେଠାରେ ଥିବା ବଣେଶ୍ୱର ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ସହ ଦିବସ ଭରି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଏହି ଅବସରରେ ରାଜେନ୍ଦ୍ରପୁର ସହିତ ପାଖ ଅଂଚଳର ଶହ ଶହ ଆଧ୍ୟାତ୍ମିକ ପିପାଶୁ, ଆବାଳ ବୃଦ୍ଧ ବନିତା ମଠରେ ପହଂଚି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ । ଏହାଛଡା ମଠ ପରିସରରେ ଭଜନ ଜଣାଣ, ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ