ରାଜେନ୍ଦ୍ର ପଣ୍ଡା ବିଜେପିର ନୂତନ ରାଜ୍ୟ ମୁଖପାତ୍ର

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ବିଜେପିର ନୂତନ ରାଜ୍ୟ ମୁଖପାତ୍ର ଭାବେ ଲୁଲୁ ସେନାର ଅଧ୍ୟକ୍ଷ ଯୁବ ତେନା ରାଜେନ୍ଦ୍ର ପଣ୍ଡାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଦିର୍ଘ ଦିନ ହେଲା ସମାଜସେବା ଓ ଦଳୀୟ ସଂଘଠନ ପାଇଁ କାର୍ଯ୍ୟକରୁଥିବାରୁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଏଥିପାଇଁ ଶ୍ରୀଯୁକ୍ତ ପଣ୍ଡା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ସମୀର ମହାନ୍ତି ଓ ଦଳୀୟ ସମସ୍ତ ପଦାଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ରମା ରଂଜନ ବଳିଆରସିଂ ଓ ଉର୍ଭିଳା ମହାପାତ୍ରଙ୍କୁ ମଧ୍ୟ ମୁଖପାତ୍ର ଦାୟିତ୍ୱ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ