ରାଜେଶ ଦାସ ନୂତନ ଜିଲ୍ଲା ଯୁବ ବିଜେଡି ସଭାପତି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ବିଜୁ ଯୁବ ଜନତା ଦଳର ନୂତନ ସଭାପତି ଭାବେ ରାଜେଶ ଦାସ ଙ୍କୁ ମନୋନ୍ନିତ କରାଯାଇଛି । ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ ପରେ ରାଜ୍ୟ ବିଜେଡି ସାଧାରଣ ସଂପାଦକ ତଥା ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଏ ସମ୍ପର୍କରେ ଏକ ପ୍ରେସ ବିଜ୍ଞପ୍ତି ଦ୍ୱାରା ଜଣାଇଛନ୍ତି । ଯୁବନେତା ଶ୍ରୀ ଦାସ ୨୦୧୩ ମସିହାରୁ ୨୦୧୬ ମସିହା ପର୍ଯ୍ୟନ୍ତ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସାଧାରଣ ସଂପାଦକ ଓ ୨୦୧୬ ମସିହାରୁ ଅଦ୍ୟାବଧି ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ଭାବେ ସଫଳତାର ସହିତ ଦାୟିତ୍ୱ ନିର୍ବାହ କରିଆସିଛନ୍ତି ।ଏଥି ସହିତ ଶ୍ରୀ ଦାସ ଗତ ୨୦୧୨ ରୁ ୨୦୧୭ ମସିହା ପର୍ଯ୍ୟନ୍ତ ଗରଦପୁର ବ୍ଲକ ଅନ୍ତର୍ଗତ ପାଖଡ ପଂଚାୟତର ସମିତି ସଭ୍ୟ ଭାବେ ଓ ଗତ ୨୦୧୭ ମସିହା ଠାରୁ ସେହି ବ୍ଲକର ଟିକନପୁର ପଂଚାୟତର ସମିତି ସଭ୍ୟ ଭାବେ ବିଜୁ ଜନତା ଦଳ ର ସମର୍ôଥତ ପ୍ରାଥି ଭାବେ ନିର୍ବାଚିତ ହୋଇ ଜଣେ ସଫଳ ଜନ ପ୍ରତିନିଧି ଭାବରେ ନିଜର ଦାୟିତ୍ୱ ଓ କର୍ତବ୍ୟ ସଂପାଦନ କରି ଆସୁଛନ୍ତି । ଶ୍ରୀ ଦାସଙ୍କ ଏହି ନିଯୁକ୍ତିରେ ସାରା ଜିଲ୍ଲାରେ ଖୁସି ର ଲହରି ଖେଳିଯିବା ସହ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ