ରାଜ୍ଯସ୍ତରୀୟ ବାରବାଟୀ କ୍ରିକେଟ:ପ୍ରଗତୀ ସ୍ପୋଟିଂ ସେମି ରେ
ନିମାପଡ଼ା, (ସନ୍ତୋଷ ଦାଶ):ସ୍ଥାନୀୟ ବାରବାଟି ପଡ଼ିଆରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବାରବାଟି କ୍ରିକେଟ କପ୍ ତଥା ଦ୍ବିତୀୟ ଟୁବୁଲି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ଚତୁର୍ଥ ଦିବସ। ଆଜି ପରସ୍ପରକୁ ଭେଟିଥିଲେ ଭୁବନେଶ୍ୱରର ପ୍ରଗତି ସ୍ପୋଟିଙ୍ଗ ଓ କଟକର ଜୁଭେନାଇଲ।ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇ ଜୁଭେନାଇଲ ପଡିଆକୁ ଓହ୍ଲାଇ ନିର୍ଧାରିତ ଓଭରରେ ସମସ୍ତ ଉଇକେଟ ହରାଇ ୧୯୮ରନ୍ ସଂଗ୍ରହ କରିଥିଲା।ଦଳ ପକ୍ଷରୁ ରାମଚନ୍ଦ୍ର ବେହେରା ୫୦ ଓ ଆଶିର୍ବାଦ ସ୍ବାଇଁ ୩୨ରନ୍ କରିଥିଲେ।ପ୍ରତିପକ୍ଷ ବୋଲର ରଘୁନାଥ ମଲ ୬ଓଭର ବୋଲିଙ୍ଗ କରି ୩୧ରନ୍ ଦେଇ ୩ଟି ଉଇକେଟ୍ ଓ ଟୁକୁନା ସାହୁ ୬ ଓଭର ବୋଲିଙ୍ଗ କରି ୪୩ ରନ୍ ଦେଇ ୩ଟି ଉଇକେଟ ଅକ୍ତିଆର କରିଥିଲେ।ଜବାବରେ ପ୍ରଗତିର ରଘୁନାଥ ମଲଙ୍କ ୭୭ରନ୍ ଯୋଗୁଁ ଦଳ ୨୯.୪ ଓଭର ରେ ୧୯୯ ରନ୍ ସଂଗ୍ରହ କରିଥିଲା।ପ୍ରତିପକ୍ଷ ବୋଲର ସତ୍ୟପ୍ରକାଶ ତ୍ରିପାଠୀ ୬ ଓଭର ବୋଲିଙ୍ଗ କରି ୩୯ରନ୍ ଦେଇ ୩ଟି ଉଇକେଟ୍ ଅକ୍ତିଆର କରିଥିଲେ।ପ୍ରଗତି ୩ ଉଇକେଟରେ ଜୁଭେନାଇଲ କୁ ହରାଇ ସେମିଫାଇନାଲ ରେ ପ୍ରବେଶ କରିଛି।ଅମ୍ପାୟାର ଭାବେ ନିର୍ମଳ ମିଶ୍ର ଓ ଶ୍ବେତପର୍ଣ୍ଣ ରାୟ ମହାପାତ୍ର ମ୍ୟାଚ ପରିଚାଳନା କରିଥିଲେ। ରଘୁନାଥ ମଲ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ସନ୍ତୋଷ କୁମାର ଦାଶ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।ଆସନ୍ତା କାଲି ପ୍ରଥମ ସେମିଫାଇନାଲ ମ୍ୟାଚ ଭୁବନେଶ୍ୱରର ରାମେଶ୍ବର ଓ ଖୋର୍ଦ୍ଧା ଜିଲ୍ଲା କ୍ରିକେଟ ଆସୋସିଏସନ୍ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ।


