ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଫାଇନାଲ ରେ ପ୍ରବେଶ କଲା ଭାରତୀୟ ମହିଳା ଟିମ
(ଯୁଗାବ୍ଦ ନ୍ୟୁଜ) କଟକ ରେ ଚାଲିଥିବା ରାଜ୍ୟ ଗୋଷ୍ଠୀ ଟେବୁଲ ଟେନିସ ରେ ଫାଇନାଲ ରେ ପହଁଚିଲା ଭାରତୀୟ ମହିଳା ଟିମ । ସିଂଙ୍ଗାପୁର କୁ ୩/୦ ରେ ପରାସ୍ତ କରି ଭାରତୀୟ ମହିଳା ଟିମ ଏହି ସଫଳତା ହାସଲ କରିଛି । ମହିଳା ଟିମ ୱେଲସ, ମାଲେସିଆ ,ନାଇଜେରିଆ କୁ ପରାସ୍ତ କରି ଏହି ସଫଳତା ହାସଲ କରିଛି । ଅନ୍ୟ ଏକ ସେମିଫାଇନାଲ ରେ ଇଂଲଣ୍ଡ ଓ ନାଇଜେରିଆ ମଧ୍ୟରେ ଜାରି ରହିଛି । ଏମାନଙ୍କ ମଧ୍ୟ ରୁ ଯିଏ ଜିତିବ ସିଏ ଭାରତ ସହ ଫାଇନାଲ ରେ ଖେଳିବ । ଅନ୍ୟପଟେ ପୁରୁଷ ବିଭାଗର ଭାରତୀୟ ଟିମ ସେମିଫାଇନାଲ ରେ ପ୍ରବେଶ କରିଛି ।