ରାଜ୍ୟପାଳଙ୍କ ଦିନିକିଆ ନବରଙ୍ଗପୁର ଗସ୍ତ
ନବରଙ୍ଗପୁର, (ଯୁଗାବ୍ଦ ନ୍ୟୁଜ) :ଓଡିଶାର ମହାମାନ୍ୟ ରାଜ୍ୟପାଳ ଗଣେଷୀଲାଲ ମଙ୍ଗଳବାର ଦିନିକିଆ ନବରଙ୍ଗପୁର ଗସ୍ତ କରିଛନ୍ତିି । ରାଜ୍ୟପାଳଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନବରଙ୍ଗପୁର ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ପ୍ରଥମେ ମହାମାନ୍ୟ ରାଜ୍ୟପାଳ କୋରାପୁଟରୁ ନିର୍ଧାରିତ ସମୟରେ ପହଂଚି ସ୍ଥାନୀୟ ସରକିଟି ହାଉସରେ କିଛି ସମୟ ବିଶ୍ରାମ କରିଥିଲେ । ଏହା ପରେ ରାଜ୍ୟପାଳଙ୍କୁ ନବରଙ୍ଗପୁର ବିଜେପି ଦଳ ତରଫରୁ ଜିଲ୍ଲାର ସାମୁହିକ ସମସ୍ୟାକୁ ନେଇଁ ଏକ ସ୍ମାରକପତ୍ର ଦିଆଯାଇଥିଲା । ପରେ ହିର୍ଲି ଠାରେ ଥିବା ‘ଏକ ଲବ୍ୟ ମଡେଲ ରେସିଡେଣ୍ଟ ସ୍କୁଲରେ’ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ଅବସରରେ ମହାମାନ୍ୟ ରାଜ୍ୟପାଳଙ୍କୁ ପୁଷ୍ପମାଲ୍ୟ ସହ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଜ୍ୟପାଳ ସ୍କୁଲରେ ବୃକ୍ଷ ରୋପଣ କରିବାସହ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ପାରସ୍ୱରିକ ବାର୍ତାଳାପ ସମୟରେ ଆଧ୍ୟାତ୍ମିକ,ସାମାଜିକ,କଳା ବିଜ୍ଞାନ ଓ ବିଭିନ୍ନ ଦାର୍ଶନିକ ତଥ୍ୟ ଆଧାରକୁ ନେଇଁ ଛାତ୍ରଛାତ୍ରୀ ମାନେ ପାରଦର୍ଶିତା ହେବା ପାଇଁ ଉତ୍ସାହିତ କରିଥିଲେ । ସ୍କୁଲର ସାଂସ୍କ୍ରୁତି କାର୍ୟ୍ୟକ୍ରମରେ ଖୁସିହୋଇ ୫୦ ହଜାର, ସ୍କୁଲର ଉନ୍ନତି ପାଇଁ ୫୦ ହଜାର ପ୍ରଦାନ କରିଥିଲା ବେଳେ ବାର୍ତାଳାପରେ ଅଂଶ ଗ୍ରହଣ କରି ମହାମାନ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇଥିବାରୁ ପ୍ରତ୍ୟୁଷା ନାମକ ଛାତ୍ରୀଙ୍କୁ ୫ ହଜାର ନଗଦ ଟଙ୍କା ପୁରସ୍କାର ସ୍ୱରୁପ ପ୍ରଦାନ କରିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ,ମନୋହର ରନ୍ଧାରୀ, ସଦାଶିବ ପ୍ରଧାନୀ, ଜିଲ୍ଲାପାଳ ଡ଼କ୍ଟର ଅଜିତ କୁମାର ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ନିତିନ କୁସଳକର ପ୍ରମୁଖ ଉପସ୍ଥିତ ଥିଲେ ।