ରାଜ୍ୟପାଳଙ୍କ ଦ୍ୱାରା ବ୍ୟଙ୍ଗ କବି ବଦ୍ରି ମିଶ୍ର ସମ୍ମାନିତ

ପୁରୀ(ଜୁଗାବ୍ଦ ନ୍ୟୁଜ୍‍): ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ କଟକରେ ଆୟୋଜିତ ଉତ୍ସବରେ ପୁରୀର ବ୍ୟଙ୍ଗ କବି ବଦ୍ରି ମିଶ୍ରଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସମ୍ମାନିତ କରିଛନ୍ତି । ଶ୍ରୀ ମିଶ୍ର ଏକାଧାରାରେ ଜଣେ କଥାଶିଳ୍ପୀ, ଗାଳ୍ପିକ, ବ୍ୟଙ୍ଗକବି, ହାସ୍ୟଅଭିନେତା ଓ ବିଶିଷ୍ଟ ବିଚାରକ । ତେଣୁ ତାଙ୍କୁ ରବିବାର କଟକର ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ସମ୍ମାନିତ କରାଯାଇଛି । ଏହି ଅବସରରେ ଅନୁଷ୍ଠାନ ସଭାପତି ଡଃ ବିଜୟାନନ୍ଦ ସିଂହ, କବି ଜୟନ୍ତ ମହାପାତ୍ର, ସଂପାଦକ ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ଗୀତିକାର ମନୋଜ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ