ରାଜ୍ୟପାଳଙ୍କ ସଚିବ ହେଲେ ପ୍ରମୋଦ ମେହେର୍ଦ୍ଦା

ଭୁବନେଶ୍ବର : ଶନିବାର ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଏକ ଛୋଟଧରରଣ ଅଦଳ ବଦଳ କରିଛନ୍ତି । ରାଜ୍ୟପାଳଙ୍କ ସଚିବ ଭାବରେ ନିଯୁକ୍ତି ପାଇଛନ୍ତି ପ୍ରମୋଦ ମେହେର୍ଦ୍ଦା । ବରିଷ୍ଠ ପ୍ରଶାସନିକ ଅଧିକାରୀ ମେହେର୍ଦ୍ଦାଙ୍କୁ ଶନିବାର ରାଜ୍ୟପାଳଙ୍କ ସଚିବ ଭାବରେ ଘୋଷଣା କରାଯାଇଛି । ପୂର୍ବରୁ ପରିବହନ ସଚିବ ରହିଥିବା ମେହେର୍ଦ୍ଦାଙ୍କୁ ରାଜ୍ୟପାଳଙ୍କ ସଚିବ ଭାବରେ ଦାୟିତ୍ବ ଦିଆଯାଇଛି । ସେହିଭଳି ପୂର୍ବରୁ ରାଜ୍ୟପାଳଙ୍କ ସଚିବ ରହିଥିବା ମଧୁସୂଦନ ପାଢୀଙ୍କୁ ଚକବନ୍ଦୀ ବିଭାଗକୁ ପଠାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ