ରାଜ୍ୟପାଳ ଆସୁଛନ୍ତି

ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆସନ୍ତାକାଲି ଦିନିକିଆ ବ୍ରହ୍ମପୁର ଗ୍ରସ୍ତରେ ଆସିି ଭାରତୀୟ ଡାକ ସେବା ବିଭାଗର କାଯ୍ରଁକ୍ରମରେ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତ ଡାକ ବିଭାଗର ବରିଷ୍ଠ ଅଧିକାରୀ ।ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପ୍ରକାଶ ଥାଉକି ଆସନ୍ତାକାଲି ହିଲପାଟଣା ସ୍ଥିତ ସଂସ୍କୃତି ଭବନ ରେ ଅନୁଷ୍ଠିତ ହେବାକୁ ଥିବା ଡାକ ସେବା ବିଭାଗର କାର‌୍ୟ୍ୟକ୍ରମରେ ଯୋଗଦେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।ରବିବାର ଅପରାହ୍ନ ୪ ଟା ସମୟରେ ସର୍କିଟ ହାଉସରେ ପହଞ୍ଚିବା ପରେ ସଂନ୍ଧ୍ୟାରେ ହିଲପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ଭାରତୀୟ ଡାକ ସେବା ପକ୍ଷରୁ ଆୟୋଜିତ କାର‌୍ୟ୍ୟକ୍ରମରେ ଯୋଗ ଦେବାର କାର‌୍ୟ୍ୟକ୍ରମ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ