ରାଜ୍ୟରୁ ଆଜି ୧,୦୪୧ କରୋନା ପଜିଟିଭ୍ ଚିହ୍ନଟ, ୬୪ ମୃତ
ଭୁବନେଶ୍ୱର (ୱାଇଏନ୍ଏସ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧,୦୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୦୫ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୪୩୬ଟି ହେଉଛି ଲୋକାଲ୍ କେସ୍। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୪ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬,୫୬୫କୁ ବୃଦ୍ଧି ପାଇଛି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୩ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୩୨, ଅନୁଗୋଳରୁ ୫୭, ବାଲେଶ୍ୱରରୁ ୨୩, ବରଗଡ଼ରୁ ୩, ଭଦ୍ରକରୁ ୧୫, ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ଜଣେ, ଦେବଗଡ଼ରୁ ୭, ଢେଙ୍କାନାଳରୁ ୧୦, ଗଜପତିରୁ ୩, ଗଞ୍ଜାମରୁ ୧୧, ଜଗତସିଂହପୁରରୁ ୮୧, ଯାଜପୁରରୁ ୩୬, କଳାହାଣ୍ଡିରୁ ୫, କନ୍ଧମାଳରୁ ୫, କେନ୍ଦ୍ରାପଡ଼ାରୁ ୨୮, କେନ୍ଦୁଝରରୁ ୧୭, କୋରାପୁଟରୁ ୫, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୨୮, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୨୮, ନୂଆପଡ଼ାରୁ ୨, ପୁରୀରୁ ୩୪, ରାୟଗଡ଼ାରୁ ୨୬, ସମ୍ବଲପୁରରୁ ୯ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୫ ଜଣ ଅଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ବି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ବେଳେ ଷ୍ଟେଟ୍ ପୁଲ୍ରୁ ୮୧ ଜଣ ଚିହ୍ନଟ ହୋଇଛନ୍ତି। ୬୪ ଜଣ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦ ଜଣ ଥିବା ବେଳେ ସୁନ୍ଦରଗଡ଼ରୁ ୮, ବାଲେଶ୍ୱରରୁ ୬, କନ୍ଧମାଳରୁ ୪, କଟକ, ଯାଜପୁର, ମୟୂରଭଞ୍ଜ, ନୟାଗଡ଼ ଓ ପୁରୀରୁ ୩ ଜଣ ଲେଖାଏଁ, ଅନୁଗୋଳ, ଦେବଗଡ଼ ଓ ଝାରସୁଗୁଡ଼ାରୁ ୨ ଜଣ ଲେଖାଏଁ ଏବଂ ବଲାଙ୍ଗିର, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।


