ରାଜ୍ୟରେ ଆଉ ୧୭୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଉ ୧୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଂଟାଇନ କେନ୍ଦ୍ରରୁ ୧୪୬ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୨୮ ଆକ୍ରାନ୍ତ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୧୨ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୩୦୪୭ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ୧୪୫୧ ଜଣ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । କେନ୍ଦୁଝରରୁ ୫, ଯାଜପୁରରୁ ୯, ନବରଙ୍ଗପୁରରୁ ୭, ଖୋର୍ଦ୍ଧାରୁ ୧୦, କୋରାପୁଟରୁ ୬, ମାଲକାନାଗିରିରୁ ୧, ବାଲେଶ୍ୱରରୁ ୩୪, କଳାହାଣ୍ଡିରୁ ୬, ନୂଆପଡ଼ାରୁ ୧, କନ୍ଧମାଳରୁ ୩, ଭଦ୍ରକରୁ ୩, ଗଞ୍ଜାମରୁ ୫୬, ବୌଦ୍ଧରୁ ୨, ପୁରୀରୁ ୧୬, ସୁନ୍ଦରଗଡ଼ରୁ ୩, କେନ୍ଦ୍ରାପଡ଼ାରୁ ୭, ବରଗଡ଼ରୁ ୪ ଓ ବଲାଙ୍ଗୀରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ