ରାଜ୍ୟରେ ଆଉ ୧୮୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାର ଗତିରେ ଓଡ଼ିଶା ଫେରନ୍ତା ପ୍ରବାସୀମାନେ ସାମିଲ ହେବା ଫଳରେ ନିଆଁରେ ଘିଅ ଢାଳିବା ସଦୃଶ ମହାମାରୀ ବ୍ୟାପିବାରେ ଲାଗିଛି । ପ୍ରବାସୀମାନେ ଏବେ କରୋନା ଭୂତାଣୁକୁ ସାଙ୍ଗରେ ଆଣି ଆସିଥିବାରୁ ସେମାନଙ୍କୁ କିଭଳି ଠିକଣା ସମୟରେ ଚିହ୍ନଟ କରାଯିବ ଓ ସଙ୍ଗରୋଧରେ ଶୃଙ୍ଖଳିତଭାବେ ରଖାଯିବ ତାହା ରାଜ୍ୟ ସରକାରଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି । ରବିବାର ରାଜ୍ୟରେ ଆଉ ୧୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୭୧ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୧୫ ଲୋକାଲ କେସ ବୋଲି ଜଣାଯାଇଛି । କନ୍ଧମାଳରୁ ୨୨ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୨୧, ଗଜପତି ୧୫, ମୟୂରଭଞ୍ଜ ୧୩, ଯାଜପୁର ଓ କଟକରୁ ୧୨ ଲେଖାଏଁ, କେନ୍ଦୁଝର ଓ ଜଗତସିଂହପୁରରୁ ୧୧ ଲେଖାଏଁ, ପୁରୀ ୭, ଗଞ୍ଜାମ ୪, ସୁନ୍ଦରଗଡ଼ରୁ ୩, ଢେଙ୍କାନାଳ, ବଲାଙ୍ଗିର ଓ ଝାରସୁଗୁଡ଼ାରୁ ୨ ଲେଖାଏଁ, ମାଲକାନଗିରି, ଅନୁଗୁଳ, ଭଦ୍ରକ ଓ କେନ୍ଦ୍ରାପଡ଼ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ଜଣାଯାଇଛି । ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୯କୁ ବୃଦ୍ଧି ପାଇଛି । ଏହାଛଡ଼ା ମୋଟ ଆକ୍ଟିଭ କେସ ୧୩୦୧ ଓ ସୁସ୍ଥ ସଂଖ୍ୟା ୨୫୯୪ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ