ରାଜ୍ୟରେ ଆଉ ୩୦୩ ସୁସ୍ଥ, ୭ ହଜାର ଟପିଲା ସୁସ୍ଥଙ୍କ ସଂଖ୍ୟା
ଭୁବନେଶ୍ୱର: ରାଜ୍ୟରେ ଆଜି ୩୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ସୁସ୍ଥଙ୍କ ସଂଖ୍ୟା ୭୦୦୬ରେ ପହଁଚିଛି ।
ଆଜି ଗଞ୍ଜାମରେ ୧୨୦, ଯାଜପୁରରେ ୪୬, ଖୋର୍ଦ୍ଧାରେ ୨୮, କଟକରେ ୨୧, କେନ୍ଦୁଝରରେ ୧୬, ନୟାଗଡ଼ରେ ୧୪, ନବରଙ୍ଗପୁରରେ ୯, ପୁରୀରେ ୭, ବରଗଡ଼ରେ ୬, ଢେଙ୍କାନାଳ, ଝାରସୁଗୁଡ଼ା ଓ ମୟୂରଭଞ୍ଜରୁ ୫ ଜଣ ଲେଖାଏଁ, ଅନୁଗୁଳ ଓ ନୂଆପଡ଼ାରେ ୪ ଜଣ ଲେଖାଏଁ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ ୩ ଜଣ ଲେଖାଏଁ ଏବଂ ବଲାଙ୍ଗୀର, ଜଗତସିଂହପୁର, କୋରାପୁଟ ଓ ମାଲକାନାଗିରିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।


