ରାଜ୍ୟରେ ଆଉ ୪୫୬ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୪୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୦୯ ଜଣ କ୍ୱାରେଂଟାଇନ କେନ୍ଦ୍ରରୁ ଆସିଥିବାବେଳେ ୧୪୭ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫୨୬ରେ ପହଁଚିଛି । ସେଥିମଧ୍ୟରୁ ୬୨୨୪ ଜଣ ସୁସ୍ଥ ହୋଇଥିବାବେଳେ ୩୨୫୪ ଜଣ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧, ବାଲେଶ୍ୱରରେ ୧୪, ବରଗଡ଼ରେ ୩୩, ଭଦ୍ରକରେ ୧୨, ବଲାଙ୍ଗୀରରେ ୬, କଟକରେ ୧୩, ଢେଙ୍କାନାଳରେ ୧, ଗଜପତିରେ ୧, ଗଞ୍ଜାମରେ ୧୬୬, ଜଗତସିଂହପୁରରେ ୨୩, ଯାଜପୁରରେ ୫୭, କଳାହାଣ୍ଡିରେ ୧, କନ୍ଧମାଳରେ ୩, କେନ୍ଦ୍ରାପଡ଼ାରେ ୫, କେନ୍ଦୁଝରରେ ୨, ଖୋର୍ଦ୍ଧାରେ ୨୧, କୋରାପୁଟରେ ୧୦, ମୟୂରଭଞ୍ଜରେ ୮, ନବରଙ୍ଗପୁରରେ ୨୪, ନୟାଗଡ଼ରେ ୪, ପୁରୀରେ ୩, ରାୟଗଡ଼ାରେ ୧୩, ସମ୍ବଲପୁରରେ ୧୫ ଓ ସୁନ୍ଦରଗଡ଼ରେ ୨୦ ଜଣ ଆକ୍ରାନ୍ତ ହୋଇଛନ୍ତି ।