ରାଜ୍ୟରେ ଆଉ ୫୩ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୫୩ ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୫୫୦ରେ ପହଞ୍ଚିଛି । ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬ରେ ପହଞ୍ଚିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୮୦ରେ ପହଞ୍ଚିଛି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଗଞ୍ଜାମରୁ ୩୦, ଯାଜପୁର ୧୮, ଖୋର୍ଦ୍ଧାରୁ ୩ ଏବଂ କେନ୍ଦୁଝରରୁ ୨ ଜଣ ଆକ୍ରାନ୍ତ ରହିଛନ୍ତି । ତେବେ ବିଗତ ତିନି ଦିନ ଧରି ଆକ୍ରାନ୍ତ ଏବଂ ସୁସ୍ଥ ଅନୁପାତ ବୃଦ୍ଧି ପାଇବା ରାଜ୍ୟ ପାଇଁ ଶୁଭ ସଙ୍କେତ । ଉଲ୍ଳେଖଯୋଗ୍ୟ ଯେ, ଆଜି ସକାଳୁ ୬୭ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ