ରାଜ୍ୟରେ ଆଉ ୫୪୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଉ ୫୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୫୪ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିବାବେଳେ ୧୮୯ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨୮୦ରେ ପହଞ୍ଚିଥିବାବେଳେ ୯୨୫୫ ଜଣ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ୪୯୨୯ ଜଣ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧, ବାଲେଶ୍ୱରରେ ୮, ବରଗଡ଼ରେ ୩, ଭଦ୍ରକରେ ୧, ବଲାଙ୍ଗୀରରେ ୫, ବୌଦ୍ଧରେ ୭, କଟକରେ ୩୯, ଢେଙ୍କାନାଳରେ ୨, ଗଜପତିରେ ୨୯, ଗଞ୍ଜାମରେ ୧୮୮, ଜଗତସିଂହପୁରରେ ୧୫, ଯାଜପୁରରେ ୧, ଝାରସୁଗୁଡ଼ାରେ ୬, କେନ୍ଦ୍ରାପଡ଼ାରେ ୧୦, କେନ୍ଦୁଝରରେ ୨୨, ଖୋର୍ଦ୍ଧାରେ ୮୭, ମାଲକାନାଗିରିରେ ୧୧, ମୟୂଭରଞ୍ଜରେ ୨୨, ନୟାଗଡ଼ରେ ୧, ପୁରୀରେ ୭, ରାୟଗଡ଼ାରେ ୨୪, ସମ୍ବଲପୁରରେ ୨୨ ଓ ସୁନ୍ଦରଗଡ଼ରେ ୫୨ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ