ରାଜ୍ୟରେ ଆଉ ୬୨ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଆଉ ୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଗଞ୍ଜାମରୁ ୪୧ ଜଣ, ବାଲେଶ୍ବରରୁ ୧୫ ଜଣ, ରାଉରକେଲାରୁ ୨ ଜଣ ଏବଂ ଭଦ୍ରକ, ଯାଜପୁର ଏବଂ ମୟୁରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହେଇଛନ୍ତି । ଏହା ବ୍ୟତିରେକ ମହାରାଷ୍ଟ୍ରର ଜଣେ ବ୍ୟକ୍ତି ମଧ୍ୟ ସୁସ୍ଥ ହୋଇଛନ୍ତି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ କରାଯାଇ ଏହି ସୂଚନା ଦିଆଯାଇଛି । ୬୨ ଜଣଙ୍କୁ ମିଶାଇ ରାଜ୍ୟର ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୪୯୮ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ ସମୁଦାୟ ୧୨୬୯ ଆକ୍ରାନ୍ତ ରହିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୬୪ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ