ରାଜ୍ୟରେ ଆଜି ୩୧୪୪ କରୋନା ପଜିଟିଭ, ପୁଣି ୪ ମୃତ, ଗଞ୍ଜାମରେ ୪୪ ପଜିଟିଭ

ଭୁବନେଶ୍ୱର, (‌ୱାଇଏନ୍‌ଏସ୍‌): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସହ ତାଳ ଦେଇ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଆଜି ରାଜ୍ୟରେ ମୋଟ ୪ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ବଲାଙ୍ଗିର, ଝାରସୁଗୁଡ଼ା, କଳାହାଣ୍ଡି ଓ ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୪୨କୁ ବୃଦ୍ଧି ପାଇଛି । ପ୍ରକାଶ ଯେ, ରାଜ୍ୟରେ ଆଉ ୩୧୪୪ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୧୮୨୩ ଜଣ ଥିବାବେଳେ ୧୩୨୧ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୪୯, ବାଲେଶ୍ୱରରେ ୨୮, ବରଗଡ଼ରେ ୧୫୬, ଭଦ୍ରକରେ ୫୧, ବଲାଙ୍ଗୀରରେ ୯୨, ବୌଦ୍ଧରେ ୭, କଟକରେ ୧୪୦, ଦେବଗଡ଼ରେ ୨୧, ଢେଙ୍କାନାଳରେ ୧, ଗଜପତିରେ ୬୭, ଗଞ୍ଜାମରେ ୪୪, ଜଗତସିଂହପୁରରେ ୧୮, ଯାଜପୁରରେ ୭୬, ଝାରସୁଗୁଡ଼ାରେ ୧୧୯, କଳାହାଣ୍ଡିରେ ୫୩, କନ୍ଧମାଳରେ ୧୩, କେନ୍ଦ୍ରାପଡ଼ାରେ ୧୫, କେନ୍ଦୁଝରରେ ୧୨୮, ଖୋର୍ଦ୍ଧାରେ ୪୯୭, କୋରାପୁଟରେ ୧୮, ମାଲକାନାଗିରିରେ ୪, ମୟୂରଭଞ୍ଜରେ ୬୮, ନବରଙ୍ଗପୁରରେ ୯୬, ନୟାଗଡ଼ରେ ୨୯, ନୂଆପଡ଼ାରେ ୩୯୫, ପୁରୀରେ ୧୨୯, ରାୟଗଡ଼ାରେ ୪୪, ସମ୍ବଲପୁରରେ ୧୪୯, ସୋନପୁରରେ ୪, ସୁନ୍ଦରଗଡ଼ରେ ୫୨୩ ଓ ରାଜ୍ୟ ପୁଲରେ ୧୧୦ ଜଣ ଆକ୍ରାନ୍ତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ