ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇଥିବା ସମସ୍ତ ୨୦ ଜଣ ଛୋଟ ପିଲା ସୁସ୍ଥ : ସୁବ୍ରତ ବାଗ୍‌ଚୀ

ଭୁବନେଶ୍ବର : ଆଜି ସାମ୍ବାଦିକ ସମ୍ମିଳନୀରେ କୋଭିଡ୍‌ ସମ୍ପର୍କରେ ସୂଚନା ଦେବା ସହ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି କୋଭିଡ୍‌-୧୯ ଓଡ଼ିଶାର ମୁଖପାତ୍ର ସୁବତ୍ର ବାଗ୍‌ଚୀ। ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇଥିବା ସମସ୍ତ ୨୦ ଜଣ ଛୋଟ ପିଲା ସୁସ୍ଥ ହୋଇଛନ୍ତି । ୧୪ ବର୍ଷରୁ କମ୍‌ ବୟସ୍କ ସମସ୍ତ ୨୦ ଜଣ ସୁସ୍ଥ ହୋଇଥିବାର ସୂଚନା ଦେଇଛନ୍ତି ବାଗ୍‌ଚୀ । ସମସ୍ତ ୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଯାଇଥିବାର କହିଛନ୍ତି ବାଗ୍‌ଚୀ । ସୂଚନାଯୋଗ୍ୟ, ରାଜ୍ୟରେ ଏବେ ସୁଦ୍ଧା ସୁସ୍ଥଙ୍କ ସଂଖ୍ୟା ୧୬୬ ରେ ପହଞ୍ଚିଛି। ଆଜି ରାଜ୍ୟରୁ ୮ ଜଣ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ରେ ପହଞ୍ଚିଥିବାବେଳେ ୫୦୩ଟି ସକ୍ରିୟ ମାମଲା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ