ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୪ ହଜାର ଟପିଲା

ଭୁବନେଶ୍ୱର : ରାଜ୍ୟରେ ଆଉ ୧୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୮, ଖୋର୍ଦ୍ଧାରୁ ୭, କଟକରୁ ୧୯, ବାଲେଶ୍ୱରର ୮, ଭଦ୍ରକରୁ ୧୯, ଜଗତସିଂହପୁରରୁ ୪, କନ୍ଧମାଳରୁ ୪୮, ସୁନ୍ଦରଗଡ଼ରୁ ୪, ନୟାଗଡ଼ରୁ ୪, ଢେଙ୍କାନାଳରୁ ୧, ଅନୁଗୁଳରୁ ୬, ସୋନପୁରରୁ ୨, ସମ୍ବଲପୁରରୁ ୧, ଝାରସୁଗୁଡ଼ାରୁ ୧ ଓ ରାୟଗଡ଼ାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏନଡ଼ିଆରଏଫ, ଓଡ୍ରାଫ ଓ ଅଗ୍ନିଶମରୁ ମଧ୍ୟ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨୮ ଜଣ କ୍ୱାରେଂଟାଇନ ସେଂଟରରେ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୮ ଜଣ ଆକ୍ରାନ୍ତ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୫୫ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୨୭୦୮ ଜଣ ସୁସ୍ଥ ହୋଇଥିବାବେଳେ ୧୩୩୩ ଜଣ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଅପରପକ୍ଷରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଅନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ