ରାଜ୍ୟରେ ଗଡ଼ିଲା ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର : ରାଜ୍ୟରେ ୬ଟି ସ୍ବତନ୍ତ୍ର ଟ୍ରେନ୍‌ର ଚଳାଚଳ ଆରମ୍ଭ ହୋଇଛି । ଭୁବନେଶ୍ବରରୁ ୫ଟି ସ୍ଥାନକୁ ଚାଲୁଛି ଏହି ସ୍ବତନ୍ତ୍ର ଟ୍ରେନ୍‌ । ବଲାଙ୍ଗିର, ଭଦ୍ରକ, ବ୍ରହ୍ମପୁର, କୋରାପୁଟ ଓ ରାଉରକେଲା ଆଦି ପାଞ୍ଚୋଟି ସ୍ଥାନକୁ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି । ତେବେ ସମ୍ବଲପୁର ଓ ଖୋର୍ଦ୍ଧା ରୋଡ୍‌ ମଧ୍ୟରେ ଚାଲୁଛି ଅନ୍ୟ ସ୍ବତନ୍ତ୍ର ଟ୍ରେନ୍‌ । ସକାଳ ୬ଟାରେ ସମ୍ବଲପୁରରୁ ଖୋର୍ଦ୍ଧା ଅଭିମୁଖେ ବାହାରିଛି ଏହି ଟ୍ରେନ୍‌ଟି । ସେହିପରି ରାଉରକେଲାରୁ ସକାଳ ୫ଟା ୧୦ରେ ଭୁବନେଶ୍ବର ପାଇଁ ଟ୍ରେନ୍‌ ଛାଡିଛି । ଭୁବନେଶ୍ବରରୁ ଭଦ୍ରକ ପାଇଁ ସନ୍ଧ୍ୟା ୬ଟାରେ ଟ୍ରେନ୍‌ ଛାଡିବ । ବ୍ରହ୍ମପୁର ପାଇଁ ୫ଟା ୩୦ରେ ଭୁବନେଶ୍ବର ଛାଡିବ । ଟ୍ରେନ୍‌ଗୁଡିକ ଶନିବାର ଓ ରବିବାରକୁ ଛାଡି ଅନ୍ୟ ୫ ଦିନଚାଲିବ ବୋଲି ସୂଚନା ରହିଛି । କୋରାପୁଟ ଯିବାକୁ ଥିବା ଟ୍ରେନ୍‌ ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ବର ଛାଡିବ । ଭୁବେନଶ୍ବର କୋରାପୁଟ ଟ୍ରେନ୍‌ ସପ୍ତାହକୁ ତିନି ଦିନ ଚାଲିବ । ସେହିପରି ରିଜର୍ଭେସନ୍‌ କାଉଣ୍ଟର ଓ ଆଇଆରଟିସି ଓ୍ବେବସାଇଟ୍‌ରୁ ଟିକେଟ ମିଳିବ ବୋଲି ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ