ରାଜ୍ୟରେ ଦିନକରେ ୪୭୧ କରୋନା ପଜିଟିଭ୍, ଗଞ୍ଜାମରୁ ୧୨

ଭୁବନେଶ୍ବର (‌ୱାଇଏନ୍‌ଏସ୍‌): ଗତ ୨୪ ଘଣ୍ଟା ମଧ୍ୟରେ ୪୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୨୬୯୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୭୮ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୯୩ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରୁ ୧୦, ବାଲେଶ୍ୱରରୁ ୧୫, ବରଗଡରୁ ୫, ଭଦ୍ରକରୁ ୬, ବଲାଙ୍ଗୀରରୁ ୩୬, କଟକରୁ ୨୨, ଢେଙ୍କାନାଳରୁ ୧, ଗଜପତିରୁ ୨, ଗଞ୍ଜାମରୁ ୧୨, ଜଗତସିଂହପୁରରୁ ୧, ଯାଜପୁରରୁ ୧୧, ଝାରସୁଗୁଡାରୁ ୨୩, କଳାହାଣ୍ଡିରୁ ୫୦, କନ୍ଧମାଳରୁ ୩, କେନ୍ଦ୍ରାପଡାରୁ ୨, କେନ୍ଦୁଝରରୁ ୧, ଖୋର୍ଧାରୁ ୪୦, କୋରାପୁଟରୁ ୭, ମୟୂରଭଞ୍ଜରୁ ୧୬, ନବରଙ୍ଗପୁରରୁ ୧୭, ନୟାଗଡରୁ ୪, ନୂଆପଡାରୁ ୪୨, ପୁରୀରୁ ୧୪, ରାୟଗଡାରୁ ୮, ସମ୍ବଲପୁରରୁ ୨୭, ସୋନପୁରରୁ ୨, ସୁନ୍ଦରଗଡରୁ ୮୫ ଜଣ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ