ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ। ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୫୬କୁ ବୃଦ୍ଧି ହୋଇଛି। ସମୁଦାୟ ୪୭୩୪ଟି ସାମ୍ପଲ୍‌ ଟେଷ୍ଟ ହୋଇଥିବାବେଳେ ୪୬୭୮ଟି ନେଗେଟିଭ୍‌ ଆସିଛି। ଏଥି ମଧ୍ୟରୁ ୫୬ଜଣ ପଜିଟିଭ୍‌ ରହିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୩୭ ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଓ୍ବେବ୍‌ସାଇଟ୍‌ରୁ ସୂଚନା ମିଳିଛି। ଗତକାଲି ରାତ୍ରିରେ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ରାଜ୍ୟରେ ସମୁଦାୟ ୧୮ଜଣ ସୁସ୍ଥ ହୋଇ ଫେରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ