ରାଜ୍ୟରେ ପୁଣି ୧୦୧ କରୋନା ଆକ୍ରାନ୍ତ
ଭୁବନେଶ୍ବର : ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ପୁଣି ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । ଗଞ୍ଜାମରୁ ସର୍ବାଧିକ ୫୨, ବାଲେଶ୍ବରରୁ ୩୩, ଯାଜପୁରରୁ ୭, ସୁନ୍ଦରଗଡରୁ ୭, କେନ୍ଦୁଝରର ୨ ଜଣ ଆକ୍ରାନ୍ତ ରହିଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସର୍ବମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ରେ ପହଞ୍ଚିଛି । ସେହିପରି କରୋନା ସଂକ୍ରମଣରୁ ଭଲ ହୋଇଛନ୍ତି ୧୧୬ ଜଣ । ଏବେ ରାଜ୍ୟରେ ଆକ୍ଟିଭ୍ କେସ ୪୧୯ ରହିଥିବାବେଳେ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି । ସେହିପରି ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୦ରେ ପହଞ୍ଚିଥିବାବେଳେ ବାଲେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି । ଯାଜପୁରର ଆକ୍ରାନ୍ତଙ୍କ ସଂଖ୍ୟା ୭୧ରେ ପହଞ୍ଚିଛି। ସେହିପରି ସୁନ୍ଦରଗଡରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଓ କେନ୍ଦୁଝରରେ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ହୋଇଛି ।


