ରାଜ୍ୟରେ ପୁଣି ୭୩୬ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପୁଣି ୭୩୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୪୩୭ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୧୧୯୩୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୫୩୮୧ ଜଣ ଚିକିତ୍ସାଧୀନ ଅଛନ୍ତି। ୨୫ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏହି ନୂଆ ୭୩୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୮୧ ଜର କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୫୫ଟି ହେଉଛି ଲୋକାଲ୍ କେସ୍‌। ସେହିଭଳି ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୪୭ ଜଣ ଥିବା ବେଳେ ଖୋର୍ଦ୍ଧାରୁ ୧୦୭ ଜଣ ଅଛନ୍ତି। ଏହା ବ୍ୟତିତ କୋରାପୁଟ ଜିଲ୍ଲାରୁ ୪୫, ଜଗତସିଂହପୁର ଓ ଯାଜପୁରରୁ ୪୦ ଲେଖାଏ, ଗଜପତି ଜିଲ୍ଲାରୁ ୩୯, ବାଲେଶ୍ୱର ଜିଲ୍ଲାରୁ ୩୩, କଟକରୁ ୨୭, ଅନୁଗୋଳରୁ ୨୨, ସମ୍ବଲପୁରରୁ୨୫, ମାଲକାନଗିରିରୁ ୧୮, ସୁନ୍ଦରଗଡ଼ରୁ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁରୀରୁ ୧୪, ମୟୂରଭଞ୍ଜରୁ ୧୨, ନୟାଗଡ଼ରୁ ୧୦, ରାୟଗଡ଼ା ଓ ବୌଦ୍ଧରୁ ୮ ଲେଖାଏ, କେନ୍ଦ୍ରାପଡ଼ାରୁ ୭ ,ଭଦ୍ରକରୁ ୫, ବଲାଙ୍ଗିରରୁ ୪, ବରଗଡ଼ରୁ ୩, ଢେଙ୍କାନାଳ ୧, କେନ୍ଦୁଝରରୁ ୧, ନବରଙ୍ଗପୁରରୁ ୧, କଳାହାଣ୍ଡି ଜିଲ୍ଲାରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ