ରାଜ୍ୟରେ ପୁଣି ୯୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଗୁରୁବାର ରାଜ୍ୟରେ ପୁଣି ୯୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୩ଟି ଜିଲ୍ଲାରୁ ୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ତନ୍ମଧ୍ୟରୁ କ୍ୱାରେଣ୍ଟାଇନ କେନ୍ଦ୍ରରୁ ୭୯ ଜଣ ଚିହ୍ନଟ ହୋଇଥିବାବେଳେ ୧୧ ଜଣ ଲୋକାଲ କେସ ବୋଲି ଜଣାଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୮କୁ ପହଞ୍ଚିଛି । ଏହାଛଡ଼ା ଏବେ ରାଜ୍ୟରେ ମୋଟ ଆକ୍ଟିଭ କେସ ୧୦୫୩ ଥିବାବେଳେ ୧୪୧୬ ଜଣ ସୁସ୍ଥ ହୋଇଛନ୍ତି । ଏହାଛଡ଼ା ମୃତକଙ୍କ ସଂଖ୍ୟ ୭ରେ ସୀମିତ ରହିଛି ।
ଅନ୍ୟପକ୍ଷରେ ଆଜି ଚିହ୍ନଟ ୯୦ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୫ ଜଣ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରୁ ୨୨, ଢେଙ୍କାନାଳରୁ ୧୦, ଭଦ୍ରକରୁ ୯, ନୟାଗଡ଼ରୁ ୭ , ସୁନ୍ଦରଗଡ଼ ଓ କଟକରୁ ୫ ଜଣ ଲେଖାଏଁ, ପୁରୀରୁ ୨, ବରଗଡ଼ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ, ବାଲେଶ୍ୱର ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ