ରାଜ୍ୟରେ ବଢିବ ତାତି
ଭୁବନେଶ୍ୱର: ଆସନ୍ତା ୨୪ଘଣ୍ଟା ରାଜ୍ୟରେ ଥଣ୍ଡା ପ୍ରଭାବ ଜାରି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ୪୮ ଘଣ୍ଟା ପରେ ଅର୍ଥାତ ଦୁଇ ଦିନ ପରେ ରାଜ୍ୟରେ ତାତି ବୃଦ୍ଧି ପାଇବ । ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ରେ ସୋନପୁର, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାରେ ଶୀତ ପ୍ରବଳ ଲହରୀ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ୪୮ ଘଣ୍ଟା ପରେ ଧୀରେ ଧୀରେ ତାପମାତ୍ରା ବଢିବା ସହ ୩ ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇବ ତାପମାତ୍ରା । ୧୫ ତାରିଖରେ ଉପକୂଳ ଓଡ଼ିଶା ସମେତ କୋରାପୁଟ ନୟାଗଡ଼ ରାୟଗଡ଼ା ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ସ୍ବଳ୍ପ କୁହୁଡି ଦେଖା ଦେବାର ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ରାଜ୍ୟରେ ଆସନ୍ତା ପାଞ୍ଚ ଦିନ ପାଗ ଶୁଖିଲା ରହିବା ସହ କିଛି ସ୍ଥାନରେ ପ୍ରବଳ କୁହୁଡି ଦେଖିବାକୁ ମିଳିବ ।