ରାଜ୍ୟରେ ବିଜେଡି ସକ୍ରିୟ କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ନିଷ୍କ୍ରିୟ

କରଞ୍ଜିଆ,(ଜିତେନ୍ଦ୍ର ରାଜ):ସାଧାରଣ ନିର୍ବାଚନରେ ପରାଜୟ ଓ ରାଜ୍ୟ ଶାସନ କ୍ଷମତା ଯିବା ପରେ ରାଜ୍ୟ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକ୍ରିୟ ହୋଇପଡିଛନ୍ତି ନିଜ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ନଜରବନ୍ଦ ଭଳି ରହୁଥିବା ବିଧାନସଭା ଓ ଅନ୍ୟ କୌଣସି କାର୍ଯ୍ୟକ୍ରମ ରେ ଯୋଗଦେଉନଥିବା ବେଳେ ସଂଗଠନ ଓ କାର୍ଯ୍ୟକର୍ତା ଏବଂ କର୍ମୀ ଙ୍କ ଠାରୁ ମଧ୍ୟ ଦୂରତା ରଖୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଦୀର୍ଘ ସମୟ ଅଭିଭାଷଣ ରଖିବା,ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେବା, ପୂଜା ମେଢ଼ ବୁଲିବା ସହିତ ପର୍ଯ୍ୟାୟ କ୍ରମେ ରାଜ୍ୟର ବିଭିନ୍ନ ଜିଲ୍ଲାର ବିଧାୟକ,ସାଂସଦ ପ୍ରାର୍ଥୀ ପୂର୍ବତନ ସାଂସଦ ଓ ବିଧାୟକ, ଜିଲ୍ଲା ସଭାପତି, ଛାମୁଆ ସଂଗଠନର କାର୍ଯ୍ୟକର୍ତା,କର୍ମୀଙ୍କ ସହିତ ଆଲୋଚନା କରି ପରାଜୟର କାରଣ ପଚାରି ବୁଝିବା ସହିତ ନେତା କର୍ମୀଙ୍କ ମନବଳ ବୃଦ୍ଧି କରିବାକୁ ପ୍ରୟାସ ଜାରିରଖିଛନ୍ତି କିନ୍ତୁ ଠିକ ଏହାର ଓଲଟା ଦେଖିବାକୁ ମିଳିଛି କରଞ୍ଜିଆ ନିର୍ବାଚନ ମଣ୍ଡଳୀ ବିଜେଡିରେ ବିଜେଡି ରେ ଅସମ୍ଭବ ନୀରବତାକୁ ନେଇ ବିଜେଡିର ଭବିଷ୍ୟତ ସଂକଟରେ ଥିବା ନେଇ ସାଧାରଣ ଆଲୋଚନା ହେଉଛି
ନିର୍ବାଚନ ରେ ସଚନୀୟ ପରାଜୟ ପରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟିକା ଙ୍କୁ ସାଧାରଣ ରେ କିମ୍ବା କୌଣସି ସ୍ଥାନରେ ଦେଖିବାକୁ ମିଳିନାହିଁ କିମ୍ବା ଦଳ ର କୌଣସି ସଭା ବା କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳୁନାହିଁ
ମନ୍ତ୍ରୀ ଓ ବିଧାୟିକା ଥିବା ସମୟରେ ସମସ୍ତ ପର୍ବ ପର୍ବାଣି ରେ ବ୍ୟାନର ପୋଷ୍ଟର ଓ ସାମାଜିକ ଗଣମାଧ୍ୟମ ରେ ଶୁଭେଚ୍ଛା ଅଜାଡୁଥିବା ବାସନ୍ତୀହେମ୍ବ୍ରମ ନିଜ ଦଳର ସୁପ୍ରିମ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ୍ମଦିବସ କୁ ମଧ୍ୟ ପାଳନ କରିନାହାନ୍ତି
ଦଳର ପୁରୁଖା ନେତା ଓ କର୍ମୀ ଙ୍କୁ ଅବହେଳା ର ଫଳ ନିର୍ବାଚନ ରେ ପାଇବାପରେ ମଧ୍ୟ ତାଙ୍କର ଚୈତନ୍ୟ ଉଦୟ ହୋଇନଥିବା ପରିଲକ୍ଷିତ ହେଉଛି ରାଜ୍ୟରେ ବିଜେପି ନେତୃତ୍ୱଧୀନ ସରକାର ଗଠନ ପରେ ରାଜ୍ୟ ସଭାପତି ଙ୍କ ଆହ୍ୱାନ କ୍ରମେ ଭତ୍ତା ବୃଦ୍ଧି ନିମନ୍ତେ ବିଜେପିର ଘୋଷଣା କାର୍ଯ୍ୟକାରୀ ନହେବା ପ୍ରତିବାଦରେ ରାଜ୍ୟର ସମସ୍ତ ବ୍ଲକ ରେ ଭତ୍ତା ହିତାଧିକାରୀ ଙ୍କୁ ନେଇ ପ୍ରତିବାଦ ଓ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲେ ମଧ୍ୟ କରଞ୍ଜିଆ ରେ କେବଳ ଠାକୁରମୁଣ୍ଡା ବ୍ଲକରେ ଦଳୀୟନିର୍ଦେଶ ପାଳନ ପାଇଁ ଅଳ୍ପ ସଂଖ୍ୟକ କର୍ମୀ ନେତା, ହିତାଧିକାରୀ ଙ୍କୁ ନେଇ ପ୍ରତିବାଦ ଓ ଘେରାଉ କାର୍ଯ୍ୟକ୍ରମ ହୋଇଥିଲା ଓ ଏହି କାର୍ଯ୍ୟକ୍ରମ ରେ ଦଳର ପୁରୁଖା ନେତା ଓ ବରିଷ୍ଠ ନେତା ସାମିଲ ହୋଇନଥିଲେ ଦଳର ସୁପ୍ରିମ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ୍ମଦିନ ରେ ରାଜ୍ୟଯାକ ରକ୍ତଦାନ ଶିବିର, ସେବା କାର୍ଯ୍ୟକ୍ରମ ଦଳର ଯୁବ ଓ ଛାତ୍ର ସଂଗଠନ କରିଥିବା ବେଳେ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ରେ ଏହା ଦେଖିବାକୁ ମିଳିନାହିଁ
ଦଳର ଭତ୍ତାବୃଦ୍ଧି ଦାବିରେ ହୋଇଥିବା ପ୍ରତିବାଦ ଓ ଘେରାଉ କାର୍ଯ୍ୟକ୍ରମ କରଞ୍ଜିଆ ବ୍ଲକ ଓ ଏନଏସି ରେ ହୋଇପାରିଲା ନାହିଁ ଯଦିଓ କରଞ୍ଜିଆ ବ୍ଲକ ଅଧକ୍ଷା ଓ ଏନଏସି ଅଧକ୍ଷା ଓ ଉପାଧ୍ୟକ୍ଷ ପଦବୀ ଓ ଜିଲ୍ଲପାରିଷଦ ର ସଦସ୍ୟ ମାନେ ବିଜେଡି ଦଳର ଅଛନ୍ତି
ପ୍ରତ୍ୟେକ ବର୍ଷ ଗାନ୍ଧୀଜୟନ୍ତୀ ରୁ ରାଜ୍ୟବ୍ୟାପୀ ହେଉଥିବା ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଆସୁଛି ଏବଂ ଚଳିତ ବର୍ଷ ମଧ୍ୟ ରାଜ୍ୟ ବ୍ୟାପି ସମସ୍ତ ନିର୍ବାଚନ ମଣ୍ଡଳୀ ଓ ବ୍ଲକ ରେ ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟସଂଗ୍ରହ ଅନୁଷ୍ଠିତ ହେଉଥିବା ବେଳେ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ରେ ଏହାର କୌଣସି ସୋରଶବ୍ଦ ମଧ୍ୟ ଶୁଣିବାକୁ ମିଳୁନାହିଁ ଶାସନ କ୍ଷମତା ରେ ଥିବାବେଳେ ସର୍ବଦା ଆଗରେ ଛିଡା ହେଉଥିବା ସମସ୍ତକାର୍ଯ୍ୟକ୍ରମ ଓ ସଂଗଠନ କୁ ନିଜ ପାରିବାରିକ କାର୍ଯ୍ୟକ୍ରମ ଭାବେ ପରିଚାଳିତ କରୁଥିବା ଶାସନ କ୍ଷମତା କୁ ଜାବୁଡିଧରି ବିଭିନ୍ନ ଉପାୟରେ ଅର୍ଥ ରୋଜଗାର କରିଥିବା କିଛି ମୁଷ୍ଟିମେୟ ଏବେ ବିଜେପି ସହିତ ଭିତିରି ସମ୍ପର୍କ ରଖି ନିଜ ଓ ନିଜ ସମର୍ଥକ ଙ୍କ ପଦବୀ କୁ ସୁରକ୍ଷିତ ରଖିବାକୁ ପ୍ରୟାସ କରୁଥିବା ସାଧାରଣରେ ଚର୍ଚ୍ଚା ର ବିଷୟ ପାଲଟିଛି
ନିର୍ବାଚନ ପରେ ଠାକୁରମୁଣ୍ଡା ବ୍ଲକ ଅଧକ୍ଷା ବିଜେପି ରେ ଯୋଗ ଦେଇସାରିଥିବା ବେଳେ ବିଜେଡି ର ଅନ୍ୟ ନିର୍ବାଚିତ ପ୍ରତିନିଧି ନିଜ ଆସନ ସୁରକ୍ଷିତ ରଖିବାକୁ ବିଜେଡି ଛାଡି ବିଜେପି ରେ ଯୋଗ ଦେଇପାରନ୍ତି ବୋଲି ରାଜନୈତିକ ବିଶେଷଜ୍ଞ ଅନୁମାନ କରୁଛନ୍ତି
ଦୀର୍ଘସମୟ ଧରି କରଞ୍ଜିଆ ରେ କ୍ଷମତା କୁ ନିଜ ହାତରେ ରଖିଥିବା କିଛି ମୁଷ୍ଟିମେୟ ଙ୍କ ପାଇଁ ବିଜେଡି ର ଭବିଷ୍ୟତ ଅନ୍ଧକାର ଆଡକୁ ଗତିକରୁଛି ବୋଲି ନିଜ ନାମ ଗୋପନ ରଖିବା ସର୍ତ୍ତ ରେ କିଛି ପୁରୁଖା ବରିଷ୍ଠ ନେତା ଓ କର୍ମୀ ପ୍ରକାଶ କରିବା ସହିତ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏହାଉପରେ ଦୃଷ୍ଟିଦେଇ ବିଜେଡି କୁ ବଞ୍ଚେଇରଖିବାକୁ ନିବେଦନ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ