ରାଜ୍ୟରେ ବଢ଼ୁଛି ପିଲାଙ୍କ କରୋନା ସଂକ୍ରମଣ : ୧୦୪ ପିଲା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର (ୱାଇଏନ୍‌ଏସ୍‌): ରାଜ୍ୟରେ ବର୍ତ୍ତମାନ ପିଲାଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୮୬୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୦୪ ଜଣ ପିଲା ଅଛନ୍ତି । ୨୪ ଘଣ୍ଟାର ରିପୋର୍ଟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୬ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୫୪, ଅନୁଗୋଳରୁ ୨୬, ବାଲେଶ୍ୱରରୁ ୫୨, ବରଗଡ଼ରୁ ୧୩, ଭଦ୍ରକରୁ ୧୯, ବଲାଙ୍ଗିରରୁ ୮, ବୌଦ୍ଧରୁ ଜଣେ, ଦେବଗଡ଼ରୁ ୬, ଢେଙ୍କାନାଳରୁ ୧୫, ଗଜପତିରୁ ଜଣେ, ଗଞ୍ଜାମରୁ ୩, ଜଗତସିଂହପୁରରୁ ୨୩, ଯାଜପୁରରୁ ୪୫, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୨, କନ୍ଧମାଳରୁ ୧୨, କେନ୍ଦ୍ରାପଡ଼ାରୁ ୨୬, କେନ୍ଦୁଝରରୁ ୧୦, ମାଲକାନଗିରିରୁ ୬, ମୟୂରଭଞ୍ଜରୁ ୨୮, ନୟାଗଡ଼ରୁ ୨୧, ନୂଆପଡ଼ାରୁ ୬, ପୁରୀରୁ ୨୧, ରାୟଗଡ଼ାରୁ ୨, ସମ୍ବଲପୁରରୁ ୩୯, ସୁନ୍ଦରଗଡ଼ରୁ ୧୩ ଓ ଷ୍ଟେଟ୍ ପୁଲ୍‌ରୁ ୫୪ ଜଣ ଚିହ୍ନଟ ହୋଇଛନ୍ତି। ନବରଙ୍ଗପୁର ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଗତ ୨୪ ଘଣ୍ଟାରେ ଜଣେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ୮୬୮ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୫ ହଜାର ୪୩୩ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୭୮ ହଜାର ୨୪୦ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୦ ହଜାର ୧୮୭ ଜଣ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ କରୋନାରେ ପ୍ରାଣ ହରାଇଥିବା ଆଉ ୬୬ ଜଣଙ୍କ ସଂପର୍କରେ ସରକାରଙ୍କ ପକ୍ଷରୁ ତଥ୍ୟ ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬,୯୫୩କୁ ବୃଦ୍ଧି ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ