ରାଜ୍ୟରେ ୧୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର : ମଙ୍ଗଳବାର ରାଜ୍ୟରେ ଆଉ ୫୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫୭୧ ମଧ୍ୟରୁ ୪୦୩ କ୍ୱାରେଣ୍ଟାଇନରୁ ଓ ୧୬୮ ଜଣ ଲୋକାଲ କଣ୍ଟାକ୍ଟ କେସ ବୋଲି ଜଣାଯାଇଛି । ଫଳରେ ରାଜ୍ୟରେ ଏଯାବତ ପଜିଟିଭ ସଂଖ୍ୟା ୧୦ ହଜାର ୯୭କୁ ବୃଦ୍ଧି ପାଇଛି । କରୋନା ସଂକ୍ରମଣରୁ ୬୪୮୬ ଜଣ ସୁସ୍ଥ ହୋଇଥିବାବେଳେ ମୋଟ ଆକ୍ଟିଭ କେସ ୩୫୫୭ ବୋଲି ଜଣାଯାଇଛି । ଅନ୍ୟ ପକ୍ଷରେ ଆଜି ୨୧ ଜିଲ୍ଲାରୁ ଚିହ୍ନଟ ୫୭୧ ପଜିଟିଭ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସବାଧିକ ୨୭୩ ଜଣ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଗଜପତି ୫୬, ସୁନ୍ଦରଗଡ଼ ୫୧, ଖୋର୍ଦ୍ଧା ୩୭, କଟକ ୨୯, ବାଲେଶ୍ୱର ୨୮, ଜଗତସିଂହପୁର ୧୭, ଯାଜପୁର ୧୬, ମୟୂରଭଞ୍ଜ ୧୪, ରାୟଗଡ଼ା ୧୦, କେନ୍ଦୁଝର ଓ ନବରଙ୍ଗପୁରରୁ ୭ ଲେଖାଏଁ, ସମ୍ବଲପୁର ୬, ବଲାଙ୍ଗିର ୫, ଅନୁଗୁଳ ଓ ପୁରୀରୁ ୪ ଲେଖାଏଁ, କେନ୍ଦ୍ରାପଡ଼ା ୩, ଝାରସୁଗୁଡ଼ା, ନୟାଗଡ଼, ଭଦ୍ରକ ଓ ଢେଙ୍କାନାଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।