ରାଜ୍ୟରେ ୨୪ ଟି ନୂଆ ଆଇଟିଆଇ କଲେଜ ଖୋଲିବ

ଭୁବନେଶ୍ୱର, ରାଜ୍ୟରେ ବର୍ତମାନ ୪୯ଟି ସରକାରୀ ଆଇଟିଆଇ ରହିଥିବା ବେଳେ ୪୪୮ଟି ବେସରକାରୀ ଆଇଟିଆଇ କଲେଜ ରହିଛି । ରାଜ୍ୟରେ ୨୪ ଟି ନୂଆ ଆଇଟିଆଇ କଲେଜ ଖୋଲିବ । ଦିଗରେ ପଦକ୍ଷେପ ନିଆ ଯାଉଛି । ପ୍ରଶ୍ନକାଳରେ ଏ ସମ୍ପର୍କିତ ପ୍ରଶ୍ନର ଉତରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏହା କହିଛନ୍ତି । ସେ କହିଛନ୍ତି ଯେ ପିଲାଙ୍କୁ ଅଧିକରୁ ଅଧିକ ତାଲିମ ଦେବା ପାଇଁ ବିଭାଗ ଫୋକସ୍ କରୁଛି । ଆମେ ତାଲିମ ଦେବା ଉପରେ ପ୍ରାଧାନ୍ୟ ଦେଉଛୁ, ମାତ୍ର ନିଯୁକ୍ତି କ୍ଷେତ୍ରରେ ଆମେ ଫୋକସ୍ ଦେଉନୁ । ପିଲାଙ୍କୁ ନିଯୁକ୍ତି ଦେବା କାର୍ଯ୍ୟ ସରକାରଙ୍କ ଦାୟିତ୍ୱ, ବିଭାଗ କେବଳ ତାଲିମ ଦେଇ ଥାଏ ।
ବିଧାୟକ ମାନେ ଏହି ପ୍ରଶ୍ନର ଆଲୋଚନା ବେଳେ ସ୍ଥାନୀୟ ପିଲାଙ୍କୁ ଚାକିରୀ ନ ଦିଆଯିବାକୁ ନେଇ ଉଦବେଗ ପ୍ରକାଶ କରିବାର ଦେଖା ଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ