ରାଜ୍ୟରେ ୯ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ଆଉ ୪୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୧୭ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିବାବେଳେ ୧୫୨ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦୭୦ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୫୯୩୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ୩୦୯୦ ଜଣ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଏଯାବତ ୨୯୨୪୦୭ ନମୂନା ପରୀକ୍ଷଣ ହୋଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୧, ବାଲେଶ୍ୱରରେ ୮, ଭଦ୍ରକରେ ୧୬, ବଲାଙ୍ଗୀରରେ ୩, କଟକରେ ୯୪, ଗଜପତିରେ ୧୨, ଗଞ୍ଜାମରେ ୧୧୬, ଯାଜପୁରରେ ୨୫, କଳାହାଣ୍ଡିରେ ୨, କନ୍ଧମାଳରେ ୧, କେନ୍ଦ୍ରାପଡ଼ାରେ ୫, କେନ୍ଦୁଝରରେ ୨୫, ଖୋର୍ଦ୍ଧାରେ ୨୭, ମାଲକାନାଗିରିରେ ୧, ମୟୂରଭଞ୍ଜରେ ୬, ନୟାଗଡ଼ରେ ୨୪, ପୁରୀରେ ୮, ସମ୍ବଲପୁରରେ ୧୩, ସୁନ୍ଦରଗଡ଼ରେ ୬୬ ଓ ଏନଡ଼ିଆରଏଫର ୪ ଜଣ ଆକ୍ରାନ୍ତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ