ରାଜ୍ୟର ଆଉ ତିନି ଜିଲ୍ଲାକୁ ବ୍ୟାପିଲା କରୋନା

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଓଡ଼ିଶାକୁ ଧୀରେ ଧୀରେ କବଳିତ କରିଚାଲିଛି କରୋନା । ଏହି ସଂକ୍ରମଣ ରାଜ୍ୟର ଆଉ ତିନି ଜିଲ୍ଲାକୁ ବ୍ୟାପିଥିବା ଜଣାପଡିଛି । ପ୍ରଥମେ ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଯାଜପୁର, କଳାହାଣ୍ଡି, ଭଦ୍ରକ, ବାଲେଶ୍ୱର, କଟକ,କୋରାପୁଟ, ପୁରୀ ଥିବା ବେଳେ ଏବେ କେନ୍ଦୁଝର, ଦେଓଗଡ଼ ଓ ଝାରସୁଗୁଡ଼ାକୁ ମଧ୍ୟ ବ୍ୟାପିଯାଇଛି ।ଏହି ତିନି ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି । ଏହା ସହିତ ୩ଟି ନୂତନ ଜିଲ୍ଲାରେ ମଧ୍ୟ କରୋନା ନିଜର କାୟା ବିସ୍ତାର କରିଛି । ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା ରହିଛନ୍ତି । କେନ୍ଦୁଝର ପଞ୍ଚପଲ୍ଲୀ ଅଞ୍ଚଳର ୬୦ ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି । ସେହିପରି ବାସୁଦେବପୁର ଅନ୍ତର୍ଗତ ଦେବଗଡର ୩୪ ବର୍ଷୀୟ ଯୁବକ ଏବଂ ବ୍ରଜରାଜନଗରର ୧୮ ବର୍ଷୀୟା ଯୁବତୀ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି । ୩ ଜଣ ନୂତନ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହା ପୂର୍ବରୁ ଆଜି ସକାଳେ ମଧୁସୂଦନ ନଗରରୁ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସମସ୍ତ ତିନି ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ ରହିଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୧୨୨କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ କରୋନାରେ ୮୩ଜଣ ସକ୍ରିୟ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ