ରାଜ୍ୟର ଆଉ ୪୮ ପଜିଟିଭ୍ ଚିହ୍ନଟ
ଭୁବନେଶ୍ବର : ରାଜ୍ୟରେ ଆଉ ୪୮ ପଜିଟିଭ୍ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ରାଜ୍ୟରେ ପ୍ରଥମ କରି କନ୍ଧମାଳକୁ କରୋନା ଛୁଇଁଛି। ଜିଲ୍ଲାରୁ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ରାଜ୍ୟର ୨୨ଟି ଜିଲ୍ଲାରେ କରୋନା ପହଞ୍ଚିଥିବାବେଳେ ଆଜି ଏହା ବୃଦ୍ଧି ହୋଇ ୨୩ ରେ ପହଞ୍ଚିଛି । ନୂତନ ୪୮ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରରୁ ୧୬, ଗଞ୍ଜାମରୁ ୧୫, ପୁରୀରୁ ୪, ନୟାଗଡରୁ ତିନି, କେନ୍ଦ୍ରାପଡାରୁ ତିନି, ବଲାଙ୍ଗିର ଓ କନ୍ଧମାଳରୁ ଦୁଇ, ବୌଦ୍ଧ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି। ନୂତନ ୪୮ଜଣଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି ହୋଇଛି।