ରାଜ୍ୟର ଚିନ୍ତା ବଢାଉଛି ଋଣ ଭାର

ଭୁବନେଶ୍ବର:- ରାଜ୍ୟର ମୁଣ୍ଡପିଛା ଋଣ ଭାର ବଢି ୧୮,୪୯୭ ଟଙ୍କାରେ ପହଞ୍ଚିଛି । ଏ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ଏଭଳି ତଥ୍ୟ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ଯେହେତୁ ରାଜ୍ୟର ମୁଣ୍ଡପିଛା ଋଣଭାର ଇତିମଧ୍ୟରେ ୧୮ ହଜାର ଟଙ୍କା ଟପିଥିବାରୁ ଓଡ଼ିଶାରେ ଶିଶୁଟିଏ ଜନ୍ମ ହେଉ ହେଉ ତାର ମୁଣ୍ଡ ଉପରେ ୧୮,୪୯୭ ଟଙ୍କା ରହୁଛି। ଏହା ସହିତ ରାଜ୍ୟରେ ଚଳିତ ଆର୍ଥିକ ବର୍ଷ ଡିସେମ୍ବର ୨୦୧୯ ସୁଦ୍ଧା ଋଣ ଭାର ହେଉଛି ୮୪,୬୭୬.୩୫ କୋଟି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ପରିମାଣ ୧୦୬୫୨୬.୮୬ କୋଟି ହେବ ବୋଲି ବଜେଟରେ ଆକଳନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ