ରାଜ୍ୟର ପ୍ରଥମ ଯାଆଁଳା ଉତ୍ପାଦନ କେନ୍ଦ୍ର ବୁଲି ଦେଖିଲେ କେନ୍ଦ୍ର ସ୍ୱତନ୍ତ୍ର ସଚିବ

ଗଂଜାମ, (ବିନୋଦ ପଲାଇ) :-ଗଂଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତର ଶତ୍ରୁସୋଲ ସ୍ଥିତ କାର୍ଯ୍ୟକ୍ଷମ୍ ହେବାକୁ ଥିବା ରାଜ୍ୟର ପ୍ରଥମ ଯାଆଁଳା ଉତ୍ପାଦନ କେନ୍ଦ୍ର ବୁଲି ଦେଖିଛନ୍ତି I କେନ୍ଦ୍ରସରକାରଙ୍କ ପାନୀୟ ଜଳ ଏବଂ ପରିମଳ ବିଭାଗର ସ୍ୱତନ୍ତ୍ର ସଚିବ ଅରୁଣ ବାରୋକା । ଗଞ୍ଜାମ ବିଡ଼ିଓ ବିଶ୍ୱଜିତ ରାୟ ଉପସ୍ଥିତ ଥିଲେ। ମିଶନ ଶକ୍ତି ମହିଳା ସଂଘଠନ ଜରିଆରେ କିପରି ଏହାକୁ ପରିଚାଳନା କରାଯାଉଛି, ଏହାର କାର୍ଯ୍ୟ ଶୈଳୀ, ବିକ୍ରି, ମାର୍କେଟିଙ୍ଗ ସମ୍ପର୍କରେ ମହିଳାଙ୍କ ସହ ଆଲୋଚନା କରିଥିଲେ । ଏହାର କାର୍ଯ୍ୟ କାରିତା ନେଇ ଖୁସିବ୍ୟକ୍ତ କରିଥିଲେ । ମିଶନଶକ୍ତି ବିପିଏମ୍ ଜଳନ୍ଧର ମହାରଣା , ପଞ୍ଚାୟତ ନିର୍ବାହିଅଧିକାରୀ ଶ୍ରୀକାନ୍ତ ଗୌଡ଼ମହିଳା ସଙ୍ଘ ଉପସ୍ଥିତ ଥିଲେ । ଆରମ୍ଭରେ ଶତ୍ରୁସୋଲ ଗ୍ରାମବାସୀଙ୍କ ତରଫରୁ ସ୍ୱତନ୍ତ୍ର ସଚିବଙ୍କୁ ଭାବ୍ୟ ସ୍ୱାଗତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ