ରାଜ୍ୟର ପ୍ରମୁଖ ଚାରି ସ୍ୱାସ୍ଥ୍ୟାନୁଷ୍ଠାନର ନିର୍ଦ୍ଦେଶକଙ୍କ ସହ କୋଭିଡ୍ ସମ୍ପର୍କରେ ଆଲୋଚନା

ଭୁବନେଶ୍ୱର, : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ପ୍ରମୁଖ ଚାରିଟି ସ୍ୱାସ୍ଥ୍ୟାନୁଷ୍ଠାନ ଯଥା ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶିକା ଡା. ଗୀତାଞ୍ଜଳି ବ୍ୟାଟ୍‌ମ୍ୟାନ୍‌ଆବାନେ, ଆଞ୍ଚଳିକ ସ୍ୱାସ୍ଥ୍ୟ ଗବେଷଣା କେନ୍ଦ୍ର (ଆରଏମଆରସି)ର ନିର୍ଦ୍ଦେଶିକା ଡା. ସଂଘମିତ୍ରା ପତି, ଇନଷ୍ଟିଚ୍ୟୁଟ୍ ଅଫ୍‌ ଲାଇଫ ସାଇନ୍ସ(ଆଇଏଲଏସ)ର ନିର୍ଦ୍ଦେଶକ ଅଜୟ କୁମାର ପରିଡ଼ା ଓ ପଶୁ ସମ୍ପଦ ମନ୍ତ୍ରଣାଳୟର ଅଧୀନରେ ଥିବା ଇଂଟର ନ୍ୟାସନାଲ ସେଂଟର ଫର୍ ଫୁଟ୍ ଆଣ୍ଡ ମାଉଥ ଡିଜିଜ୍‌(ଆଇସିଏଫଏମଡି)ର ବିଶେଷଜ୍ଞଙ୍କ ସହ ଓଡ଼ିଶାରେ କୋଭିଡ-୧୯ର ପରିଚାଳନା ଓ ମୁକାବିଲା ଏବଂ ଏଦିଗରେ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋଚନା କରିଛନ୍ତି । ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହି ଚାରୋଟି ସଂସ୍ଥା ରାଜ୍ୟ ସରକାରଙ୍କ ସହ ମିଶି ଭଲ କାମ କରୁଛନ୍ତି । ଓଡ଼ିଶାରେ ବିଭିନ୍ନ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଯଥା ଆଇଓସିଏଲ, ଏମସିଏଲ, ଏନଟି ିସି, ସେଲ୍‌, ପାରାଦୀପ ପୋର୍ଟ ରାଜ୍ୟରେ କୋଭିଡ୍ ହସ୍ପିଟାଲ ଏବଂ ଲାବ୍ରୋଟୋରୀ ଟେଷ୍ଟିଂ ଉଭୟରେ ପ୍ରତିଷ୍ଠା କରିବା ଦିଗରେ ଗୁରୁତ୍ୱ ୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ଓଡ଼ିଶାରେ କୋଭିଡ୍‌-୧୯ ପରିଚାଳନାରେ ଭାରତ ସରକାରଙ୍କ ବିଭିନ୍ନ ଅନୁଷ୍ଠାନ ଭଲ କାମ କରୁଛନ୍ତି ଏବଂ ରାଜ୍ୟର ଅପେକ୍ଷାକୁ ପୂରଣ କରୁଛନ୍ତି । କରୋନା ଯୋଦ୍ଧାମାନେ ବହୁତ ଭଲ କାମ କରୁଛନ୍ତି । ସେମାନେ ଧନ୍ୟବାଦର ପାତ୍ର । ବର୍ତ୍ତମାନ ସମୟରେ କରୋନା ଟୀକା ନଆସିବା ପର୍ଯ୍ୟନ୍ତ ମାସ୍କ ପିନ୍ଧିବା, ଦୁଇ ମିଟର ସାମାଜିକ ଦୂରତା ବଜାୟ ରଖିବା, ନିୟମିତ ବ୍ୟବଧାନରେ ହାତ ଧୋଇବା ପାଇଁ ଶ୍ରୀ ପ୍ରଧାନ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ