ରାଜ୍ୟର ପ୍ରାଥମିକ ସ୍କୁଲରେ ଦଶଜଣରୁ କମ୍ ପଢୁଥିବା ସ୍କୁଲ ଗୁଡିକ ବନ୍ଦ ହେବ , ଯାତାୟତ ଖର୍ଚ୍ଚ ବହନ କରିବେ ସରକାର

ରାଜ୍ୟରେ ପ୍ରାଥମିକ ସ୍କୁଲ ଗୁଡିକରେ ୧୦ ରୁ କମ୍ ବିଦ୍ୟାର୍ଥୀ ପଢୁଥିବା ସମସ୍ତ ସ୍କୁଲକୁ ବନ୍ଦ କରିବା ନିମନ୍ତେ ସରକାରୀ ତରଫରୁ ଘୋଷଣା କରାଯାଇଛି । ବିଦ୍ୟାର୍ଥୀ ମାନେ ସେହି ସ୍କୁଲରେ ଅଧୟନ ନକରି ନିକଟସ୍ଥ ଅଂଚଳରେ ଥିବା ଅନ୍ୟ ସ୍କୁଲରେ ବିଦ୍ୟାର୍ଥୀ ମାନେ ଅଧୟନ କରିବେ । ବିଦ୍ୟାର୍ଥୀ ମାନଙ୍କର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ରାଜ୍ୟରେ ୯୬୬ ସ୍କୁଲ ଚିହ୍ନଟ କରାଯାଇଛି । ଯେଉଁ ବିଦ୍ୟାର୍ଥୀମାନେ ନିଜର ବାସଗୃହ ଠାରୁ ୧ କିଲୋମିଟର ଓ ସେଥିରୁ ଉଦ୍ଧର୍୍ କିଲୋମିଟର ଅନ୍ୟ ଅଂଚଳକୁ ଯାଇ ବିଦ୍ୟାର୍ଥୀ ମାନେ ଅଧୟନ କରିବେ । ସେମାନଙ୍କୁ ସରକାରୀ ଯାତାୟତ ଖର୍ଚ୍ଚ ବହନ କରିବେ ବୋଲି ସୂଚନା ଦେଇଛନ୍ତି । ବିଦ୍ୟାର୍ଥୀ ମାନଙ୍କ ଟଙ୍କା ଡାଇରେକ୍ଟ ବ୍ୟାଙ୍କ ଆକାଉଣ୍ଟପଠାଯିବ ବୋଲି କହିଛନ୍ତି । ଏହା ସହ ସୂଚନା ଦେଇଛନ୍ତି ଯେଉଁ ବିଦ୍ୟାର୍ଥୀ ମାନେ ବର୍ଷକ ମଧ୍ୟରୁ ୭୫ ଶତକଡା ସ୍କୁଲରେ ଉପସ୍ଥିତ ୍ଥିବେ ସେମାନଙ୍କ ମାସିକ ୬୦୦ ଟଙ୍କା ହିସାବ୧ରେ ୁ ଦଶମାସକୁ ୬ ହଜାର ଟଙ୍କା ଦେବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ୫୦ ରୁ ୭୪ ଶତକଡା ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ୪ ହଜାର ଟଙ୍କା ଓ ୩୦ ରୁ ୪୯ ଶତକଡା ଉପସ୍ଥିତ ଥିବା ବିଦ୍ୟାର୍ଥୀ ମାନଙ୍କୁ ୩ ହଜାର ଟଙ୍କା ମିଳିବ ଓଆଉ ଯେଉଁ ବିଦ୍ୟାର୍ଥୀ ମାନେ ୩୦ ଶତକଡା ସ୍କୁଲରେ ଅନୁପସ୍ଥିତ ଥିବେ ସେମାନଙ୍କୁ ଯାତାୟତ ଖର୍ଚ୍ଚ ମ ିଳିବ ନାହିଁ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ବନ୍ଦ ସ୍କୁଲର ଶିକ୍ଷକ ମାନଙ୍କୁ ଅନ୍ୟ ପଦବୀ ଖାଲି ପଡିଥିବା ସ୍କୁଲରେ ନିଯୁକ୍ତି ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ