ରାଜ୍ୟର ବନ୍ୟା ପରିସ୍ଥିତି ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: ରାଜ୍ୟର କେତେକ ଅଞ୍ଚଳରେ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଉପୁଜିଥିବା ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଉଦ୍ଧବ ଠାକରେଙ୍କ ସହ କଥାବାର୍ତ୍ତା କରିଛନ୍ତି । ରାଜ୍ୟର କେତେକ ସ୍ଥାନରେ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଉପୁଜିଥିବା ପରିସ୍ଥିତି ସମ୍ପର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଜୀଙ୍କ ସହ କଥା ହୋଇଛି । ପ୍ରଭାବିତ ଭଉଣୀ ଏବଂ ଭାଇମାନଙ୍କ ସହ ମୋର ସମବେଦନା ଏବଂ ପ୍ରାର୍ଥନା ରହିଛି । ସମ୍ପ୍ରତି ଜାରି ରହିଥିବା ଉଦ୍ଧାର ଓ ରିଲିଫ କାର୍ଯ୍ୟରେ କେନ୍ଦ୍ରର ପୂର୍ଣ୍ଣ ସମର୍ଥନ ରହିଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ