ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ମାଙ୍କ ପୂଜା

ଭୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ) ସମଗ୍ର ରାଜ୍ୟରେ ଉତ୍ସାହର ସହ ଚାଲିଛି ଜଗତଜନନୀ ମା ଦୁର୍ଗାଙ୍କର ପୁଜା । ରାଜ୍ୟର ବିଭିନ୍ନ ଶକ୍ତି ପୀଠ ତଥା ଅସ୍ଥାୟୀ ପୂଜା ମଣ୍ଡପରେ ମହାଆଡମ୍ବରର ସହ ଚାଲିଛି ମାଙ୍କ ପୁଜାର୍ଚ୍ଚନା । ସୋମବାର ଶକ୍ତି ପୀଠମାନଙ୍କରେ ମାଙ୍କର ବିଜୟାଦଶମୀ ପାଳନ ହେଉଥିବାବେଳେ ପୂଜାମଣ୍ଡପଗୁଡିକରେ ନବମୀପୂଜା ସହ ମାଆଙ୍କ ବିଶ୍ୱରୂପ ଓ ବେଶଭୂଷା ଦେଖିବାକୁ ଶ୍ରଦ୍ଧାଳୁ ଆତୁର ହେଉଛନ୍ତି । ଆଖି ଝଲସା ଆଲୋକମାଳାରେ ସଜା ହୋଇଛି ସାରା ଓଡିଶାର ପୂଜା ପେଣ୍ଡାଲ । ରାଜଧାନୀ ଭୁବନେଶ୍ୱରର ସହିଦ ନଗରରେ ଚାନ୍ଦି ମେଢ ସାଙ୍ଗକୁ ମାଆଙ୍କ ସୁନା ମୁକୁଟ ଦେଖିବାକୁ ପ୍ରବଳ ଭିଡ ଜମୁଛି । ଭୁବନେଶ୍ୱରର ୧୭୧ଟି ସ୍ଥାନରେ ମାଆଙ୍କ ପୂଜା ଅନୁଷ୍ଠିତ ହେଉଥିବାବେଳେ କଟକରେ ପ୍ରାୟ ୧୬୫ଟି ମଣ୍ଡପରେ ମାଆଙ୍କ ଆରାଧନା କରାଯାଉଛି । ବ୍ରହ୍ମପୁରରେ ବିଭିନ୍ନ ଅସ୍ଥାୟୀ ମଣ୍ଡପରେ ମଧ୍ୟ ବେଶ ଧୁମଧାମରେ ଚାଲିଛି ଶାରଦୀୟ ଦୁର୍ଗାପୂଜା । ନବମୀପୂଜା ଅବସରରେ ମା ସିଦ୍ଧିଦାତ୍ରୀ ବେଶରେ ପୂଜା ପାଉଛନ୍ତି । \n

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ