ରାଜ୍ୟର ଶ୍ରେଷ୍ଠ ବ୍ଳକରେ ପରିଣତ କରିବାକୁ ଆହ୍ୱାନ ଜଣାଇଲେ ଅଧ୍ୟକ୍ଷା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଜଣେ ସାଧାରଣ ଗୃହିଣୀ ଭାବେ ଜୀବିକା ନିର୍ବାହ କରୁଥିବା ମହିଳା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦରେ ହିଞ୍ଜିଳିକାଟୁ ବ୍ଳକର ନବ ନିର୍ବାଚିତ ଅଧ୍ୟକ୍ଷା ଭାବେ ଶନିବାର ନିଜ ପଦ ଓ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି । ଅଧ୍ୟକ୍ଷ ପଦବୀ ହାତେଇବା ଲାଗି ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡ଼ଃ. ଋମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ହିଞ୍ଜିଳିକାଟୁରେ ପହଞ୍ଚି  ନବ ନିର୍ବାଚିତା ଅଧ୍ୟକ୍ଷା ସକାଶେ ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ । ପରେ ପ୍ରସିଦ୍ଧ ଶକ୍ତିପିଠ ମା’ ଶ୍ୟାମଳାଇଙ୍କ ମନ୍ଦିର ପରିସରରେ ବନ୍ଦ ଲଫାପାରୁ ସର୍ବସମ୍ମତି କ୍ରମେ ସରସ୍ୱତୀ ସେଠିଙ୍କ ନାମ ଅଧ୍ୟକ୍ଷା ପଦବି ଲାଗି ଉପସ୍ଥିତ ନେତୃମଣ୍ଡଳୀ ସମ୍ମୁଖରେ ଉପସ୍ଥାପନା କରିଥିଲେ । ସେଠାରୁ ହିଞ୍ଜିଳିକାଟୁ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ସରସ୍ୱତୀ  ନିର୍ବାଚନ ଅଧିକାରୀଙ୍କ ଠାରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ସମୟ ଅବଧି ଶେଷ ପରେ ଅନ୍ୟ କୌଣସି ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ନକରିବାରୁ ସରସ୍ୱତୀଙ୍କୁ ନିଦ୍ୱର୍ନ୍ଦରେ ଅଧ୍ୟକ୍ଷା ଭାବେ ନିର୍ବାଚନ ଅଧିକାରୀ ତଥା ବିଡିଓ ସୁବ୍ରତ କୁମାର ଜେନା ବିଜୟୀ ଘୋଷଣା କରିଥିଲେ । ନବ ନିର୍ବାଚିତା ଅଧ୍ୟକ୍ଷାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ବ୍ଳକ ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ପ୍ରାକ୍ତନ ଅଧ୍ୟକ୍ଷ ଏନ. ରଘୁନାଥ, ଜିଲ୍ଲା ବିଜେଡି ଉପସଭାପତି ଡି. ବିଶ୍ୱନାଥ, ତହସିଲଦାର ପ୍ରଭାତ କୁମାର ପରିଡା ଥାନା ଆଇଆଇସି ଅଭିମନ୍ୟୁ ଦାସ, ଜିଲ୍ଲା ପରିଷଦ ସଭ୍ୟ ବାଇ ଗିତାଞ୍ଜଳି, ଏଳା ସୁଦର୍ଶନ, ପ୍ରିତି ସାହୁ, ନବ ନିର୍ବାଚିତ ସରପଞ୍ଚ, ସିମତିସଭ୍ୟ/ସଭ୍ୟା ପ୍ରମୁଖ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ହିଞ୍ଜିଳିକାଟୁ ବ୍ଳକକୁ ରାଜ୍ୟର ଶ୍ରେଷ୍ଠ ବ୍ଳକ ଭାବେ ପରିଣତ କରିବା ପାଇଁ ସେ, ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ