ରାଜ୍ୟର ୩୦ ଟି ଜିଲ୍ଲାର ପ୍ରତିଷ୍ଠା ହେବ ବିଜ୍ଞାନ କେନ୍ଦ୍ର

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ରାଜ୍ୟରେ ବିଜ୍ଞାନକୁ ଲୋକପ୍ରିୟ କରାଇବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟର ୩୦ ଟି ଜିଲ୍ଲାର ପ୍ରତିଷ୍ଠା ହେବ ବିଜ୍ଞାନ କେନ୍ଦ୍ର । ରାଜ୍ୟର ବିଜ୍ଞାନ ଶିକ୍ଷକ ମାନଙ୍କୁ ଟ୍ରେନିଂ ଦେବା ପାଇଁ ବାଙ୍ଗାଲୋର ପଠାଯିବ । ପ୍ରଥମ ପର୍ଯ୍ୟାୟରେ ୨୪ ତାରିଖରେ ଫାଷ୍ଟ ଫେଜରେ କିଛି ଶିକ୍ଷକ ମାନଙ୍କୁ ବାଙ୍ଗାଲୋର ପଠାଯିବା ନେଇ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବିଧାନସଭାର ପ୍ରଶ୍ନକାଳରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ