ରାଜ୍ୟସଭାରେ ଆଗତ ହେଲା ନାଗରିକ ସଂଶୋଧନ ବିଧେୟକ
ନୂଆଦିଲ୍ଲୀ- ବୁଧବାର ରାଜ୍ୟସଭାରେ ଆଗତ ହୋଇଛି ନାଗରିକା ସଂଶୋଧନ ବିଧେୟକ ଏହା ଆଗତ ହେବାପରେ ବିଚାରବିମର୍ଷ ପାଇଁ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହା ଉପରେ ଆଲୋଚନା ପାଇଁ ରାଜ୍ୟସଭା ଅଧ୍ୟକ୍ଷ ଛଅ ଘଣ୍ଟା ସମୟ ଦେଇଛନ୍ତି। ବିଲ୍ କୁ ଆଗତ କରିବା ପରେ ସେ କହିଛନ୍ତି ଯେଉଁ ମୁସଲମାନମାନେ ଭାରତର ନାଗରିକ ସେମାନେ ନାଗରିକ ହୋଇ ରହିବେ। ସେମାନଙ୍କ ବିରୋଧରେ ବୈଷମ୍ୟତା ରହିବ ନାହିଁ। ଆମେ ଅନ୍ୟ ଦେଶର ମୁସଲମାନମାନଙ୍କୁ ନାଗରିକତ୍ୱ ଦେଇ ପାରିବୁ ନାହିଁ। ଭାରତର ମୁସଲମାନମାନେ ଚିନ୍ତିତ ହେବା ଅନାବଶ୍ୟକ, ଏହି ବିଲ୍ ଭାରତରେ ଥିବା ମୁସଲମାନଙ୍କ ବିରୋଧାଚରଣ କରୁଛି ବୋଲି ଭୁଲ୍ ସୂଚନା ପ୍ରଘଟ ହୋଇଛି। ନରେନ୍ଦ୍ର ମୋଦୀଙ୍କ ସରକାର ସମ୍ବିଧାନ ଅନୁସାରେ କାମ କରୁଛି, ସଂଖ୍ୟାଲଘୁମାନେ ପୂର୍ଣ୍ଣ ସୁରକ୍ଷା ପାଇବେ।