ରାଜ୍ୟସଭା ନିର୍ବାଚନ : ଟିଏମ୍‌ସି ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ମମତା

କୋଲକାତା: ରାଜ୍ୟସଭା ନିର୍ବାଚନ ପାଇଁ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ଚାରି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଅର୍ପିତା ଘୋଷ, ମୌସମ ନୁର୍‌, ଦିନେଶ ତ୍ରିବେଦୀ ଏବଂ ସୁବ୍ରତ ବକ୍ସିଙ୍କ ନାମକୁ ଘୋଷଣା କରିଛନ୍ତି ମମତା । ମମତା ବାନାର୍ଜୀ ଟୁଇଟ୍‌ କରି କହିଛନ୍ତି ଯେ, ଦଳ ସବୁବେଳେ ମହିଳା ସଶକ୍ତିକରଣ ପାଇଁ ନିରନ୍ତର ପ୍ରୟାସ କରିଆସିଛି । ଘୋଷଣା କରାଯାଇଥିବା ୪ ଟିଏମ୍‌ସି ପ୍ରାର୍ଥୀଙ୍କ ମଧ୍ୟରେ ଦୁଇଜଣ ମହିଳା ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର ୫ଟି ରାଜ୍ୟସଭା ଆସନ ଖାଲି ପଡିଛି । ୪ଟିରେ ଟିଏମ୍‌ସି ପ୍ରାର୍ଥୀ ଦେଇଥିବାବେଳେ ୫ମ ଆସନରେ ସିପିଆଇଏମ୍‌, କଂଗ୍ରେସ ତଥା ଟିଏମ୍‌ସି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ୧୭ଟି ରାଜ୍ୟର ୫୫ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ୨୬ରେ ନିର୍ବାଚନ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୩ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ