ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା

ଏପ୍ରିଲ ୨୦୨୦ରେ ଅବସର ନେବେ ୫୫ ରାଜ୍ୟସଭା ସାଂସଦ
ଓଡିଶାରେ ୪ ରାଜ୍ୟସଭା ପଦବୀ ପାଇଁ ହେବ ନିର୍ବାଚନ
ମାର୍ଚ୍ଚ ୨୬ରେ ଭୋଟ ଗ୍ରହଣ ସହ ପ୍ରକାଶ ପାଇବ ଫଳାଫଳ

ଆସନ୍ତା ଏପ୍ରିଲ ୨୦୨୦ରେ ୧୭ ରାଜ୍ୟରୁ ନିର୍ବାଚିତ ହୋଇଥିବା ୫୫ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବ । ସେମାନଙ୍କ ଅବସର ପରେ ଖାଲି ହେବାକୁ ଥିବା ସାଂସଦ ପଦବୀ ପାଇଁ ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ଏପ୍ରିଲ ୦୨, ୨୦୨୦ରେ ମହାରାଷ୍ଟ୍ରର-୭, ଓଡିଶାର-୪, ତାମିଲନାଡୁର-୬, ପଶ୍ଚିମବଙ୍ଗର-୫ ରାଜ୍ୟସଭା ସାଂସଦ ଅବସର ଗ୍ରହଣ କରିବେ । ସେହିପରି ୦୯.୦୪.୨୦୨୦ରେ ଆନ୍ଧ୍ରପ୍ରଦେଶର-୪, ତେଲଙ୍ଗାନାର-୨, ଆସାମର-୩, ବିହାରର-୫, ଛତିଶଗଡର-୨, ଗୁଜରାଟର-୪, ହରିୟାଣାର-୨, ହିମାଚଳପ୍ରଦେଶର-୧, ଝାଡଖଣ୍ଡର-୨, ମଧ୍ୟପ୍ରଦେଶର-୩, ମଣିପୁରର-୧, ରାଜସ୍ଥାନର-୩ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବ । ସେହିପରି ୧୨.୦୪.୨୦୨୦ରେ ମେଘାଳୟର ଜଣେ ରାଜ୍ୟସଭା ସାଂସଦ ଅବସର ଗ୍ରହଣ କରିବେ । ଭାରତର ନିର୍ବାଚନ ଆୟୋଗ ନିଷ୍ପତି ନେଇଛନ୍ତି ଯେ, ଖାଲି ହେଉଥିବା ଉପରୋକ୍ତ ରାଜ୍ୟସଭା ପଦବୀ ଲାଗି ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନ ଲାଗି ତାରିଖ ଘୋଷଣା କରାଯାଇଛି । ମାର୍ଚ୍ଚ ୦୬, ୨୦୨୦ରେ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ । ମାର୍ଚ୍ଚ ୧୩, ୨୦୨୦ରେ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ହୋଇଥିବା ବେଳେ ମାର୍ଚ୍ଚ ୧୬, ୨୦୨୦ରେ ନାମାଙ୍କନପତ୍ର ଯାଂଚ କରାଯିବ । ସେହିପରି ମାର୍ଚ୍ଚ ୧୮, ୨୦୨୦ରେ ନାମାଙ୍କନପତ୍ର ପ୍ରତ୍ୟାହରର ଶେଷ ତାରିଖ ହୋଇଥିବା ବେଳେ ମାର୍ଚ୍ଚ ୨୬, ୨୦୨୦ରେ ନିର୍ବାଚନ ଅନୁଷ୍ଠିତ ହେବ । ପୂର୍ବାହ୍ନ ୯ଟା ରୁ ଅପରାହ୍ଣ ୪ ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଅପରାହ୍ଣ୍ନ ୫ଟାରେ ଭୋଟ ଗଣତି ହେବ । ମାର୍ଚ୍ଚ ୩୦, ୨୦୨୦ ସୁଦ୍ଧା ନିର୍ବାଚନ ସଂକ୍ରାନ୍ତ ସମସ୍ତ ପ୍ରକ୍ରିୟା ଶେଷ ହେବ ।
ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ବାଇଗଣୀ ରଙ୍ଗର ସ୍କେଚ୍ ପେନ୍‌ରେ ଚିହ୍ନିତ କରାଯାଇ ବାଲଟ ପେପରରେ ଭୋଟ ଗ୍ରହଣ ହେବ । ବାଲଟ ପେପରରେ ଅନ୍ୟ କୌଣସି କଲମ ବ୍ୟବହୃତ ହୋଇପାରିବ ନାହିଁ । ସ୍ୱଚ୍ଛ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନା ଲାଗି ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତି ଦିଆଯିବ । ସେମାନେ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାକୁ ଅନୁଧ୍ୟାନ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ