ରାଜ୍ୟସଭା ନିର୍ବାଚନ ମଧ୍ୟପ୍ରଦେଶରେ କଂଗ୍ରେସ-ବିଜେପି ମଧ୍ୟରେ କଡା ଟକ୍କର

ଭୋପାଳ : ଆସନ୍ତା ୨୬ ତାରିଖରେ ମଧ୍ୟପ୍ରଦେଶରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତହେବା । ଏହା ପୂର୍ବରୁ ଶାସକ କଂଗ୍ରେସ ଓ ବିରୋଧୀ ବିଜେପିର ବିଧାୟକ ମାନେ ଦଳ ବଦଳ କିମ୍ବା କ୍ରସ୍ର ବୋଟ କରିପାରନ୍ତି ବୋଲି ସନ୍ଦେହେୟ ସୁଷ୍ଠି ହୋଇଛି । ଯାହାକୁ ନେଇ ଗୁରୁବାର ରାତିରେ ମଧ୍ୟପ୍ରଦେଶରେ ରାଜନୀତି ସରଗରମ ହୋଇ ଉଠିଛି । ରାତି ତମାମ ଦୁଇ ଦଳର ରାଜ୍ୟ ମୁଖିଆ ମାନେ ଅନିଦ୍ରା ରହି ରାଜନୈତିକ ଗୋଟି ଚଳାଉଥିବା ଦେଖିବାକୁ ମିଳିଛି। ଗୁରୁବାର ସନ୍ଧ୍ୟାରେ କଂଗ୍ରେସର ‘ନିଖୋଜ’ ବିଧାୟକ ହାର୍ଦ୍ଦିକ ସିଂ ଡୁଙ୍ଗୁ ଇସ୍ତଫା ଦେଇଥିବାବେଳେ ଏହାର କିଛି ସମୟ ପରେ ଜଣେ ବିଜେପି ବିଧାୟକ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବାସଭବନରେ ପହଞ୍ଚିଥିଲେ। ବିଜେପି ବିଦ୍ରୋହୀ ବିଧାୟକ ନାରାୟଣ ତ୍ରିପାଠୀ କମଲନାଥଙ୍କୁ ଭେଟିବାପରେ ବାଚସ୍ପତି ତ୍ରିପାଠୀ ବର୍ଚ୍ଛା କରଙ୍କୁ ମଧ୍ୟ ସେ ଭେଟିଥିଲେ। ଏହି ସମୟରେ ଚର୍ଚ୍ଚା ହେଉଥିଲା ଯେ ବିଜେପି ବିଧାୟକ ତ୍ରିପାଠୀ ଇସ୍ତଫା ଦେଇଛନ୍ତି। କିନ୍ତୁ ସେ ଏହି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ। ବିଧାନସଭା ନିର୍ବାଚନମଣ୍ଡଳୀର ବିକାଶ ପାଇଁ ସେ କମଲନାଥଙ୍କୁ ଭେଟିବାକୁ ଆସିଥିଲେ ବୋଲି କହିଥିଲେ। ପରେ ରାତି ପ୍ରାୟ ଗୋଟାଏ ସମୟରେ ବିଜେପି ବିଧାୟକ ସଞ୍ଜୟ ପାଠକ କମଲନାଥଙ୍କ ବାସଭବନରେ ଥିବା ଦେଖିବାକୁ ମିଳିଥିଲା। ସେହିପରି କମଲନାଥ ସରକାରଙ୍କ ମନ୍ତ୍ରୀ ଗୋବିନ୍ଦ ସିଂ କହିଥିଲେ, ଦୁଇ ଜଣ ବିଧାୟକ ରାତିରେ କଂଗ୍ରେସରେ ଯୋଗଦେବେ। ଏହା ପରେ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ତେବେ ଦ୍ୱିତୀୟ ବିଜେପି ବିଧାୟକ ଭାବରେ ଶରଦ କୋଲ କଂଗ୍ରେସରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ରାତିରେ ଏହି ରାଜନୀତିକ ନାଟକ ପରେ ବିଜେପି ନେତା ଶିବରାଜ ସିଂ ଚୌହାନ ଏବଂ ନରେନ୍ଦ୍ର ସିଂ ତୋମାର ନୂଆଦିଲ୍ଲୀରେ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଭେଟିଥିବା ଜଣାପଡ଼ିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ କଂଗ୍ରେସର ଦୁଇ ‘ନିଖୋଜ’ ବିଧାୟକ ବିସାହୁଲାଲ ସିଂ ଏବଂ ରଘୁରଜ ସିଂ କାନସାନା ଏବଂ ସ୍ୱାଧୀନ ବିଧାୟକ ସୁରେନ୍ଦ୍ର ସିଂ ଶେରା ଚୁପ୍ ରହିଥିଲେ। ତେବେ ବିଧାୟକ ଡଙ୍ଗଙ୍କ ସହିତ ସମସ୍ତ ତିନିଜଣ ବିଧାୟକ ବେଙ୍ଗାଲୋରରେ ଥିବା ଜଣାପଡ଼ିଛି। ଅନ୍ୟପଟେ ଦଳର ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ କମଲ ନାଥ ସରକାର ମନ୍ତ୍ରିମଣ୍ଡଳ ବିସ୍ତାର କରିପାରନ୍ତି। ମୁଖ୍ୟମନ୍ତ୍ରୀ କମଲନାଥ, ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ, ଗୁଲାମ ନବୀ ଆଜାଦ ଏବଂ କପିଲ ସିବଲ ରାଜନୀତିକ ସ୍ଥିତି ବାବଦରେ ନଜର ରଖିଛନ୍ତି। ଦଳର ଅସନ୍ତୋଷ ବିଧାୟକଙ୍କୁ ବୁଝାଇବା ସହିତ ବିଜେପିର ବିଦ୍ରୋହୀ ବିଧାୟକଙ୍କ ଉପରେ ମଧ୍ୟ ତୀକ୍ଷ୍ନଣ ନଜର ରଖିଛନ୍ତି। ମଧ୍ୟପ୍ରଦେଶରେ ବିଧାନସଭାରେ ମୋଟ୨୩୦ ବିଧାୟକ ରହିଛନ୍ତି କଂଗ୍ରେସର ସଂଖ୍ୟାଗରିଷ୍ଠତା ହେଉଛି ୧୧୪ ଯଦି କଂଗ୍ରେସ ଦଳର ୨ ଜଣ ବିଧାୟକ ଇସ୍ତଫା ଦିଅନ୍ତି, ତେବେ ସେମାନଙ୍କ ସଂଖ୍ୟା ୧୧୨କୁ ହ୍ରାସ ପାଇବ। ବର୍ତ୍ତମାନ ବିଜେପିରେ ୧୦୯ ଜଣ ବିଧାୟକ ରହିଛନ୍ତି, ହେଲେ ନାରାୟଣ ତ୍ରିପାଠୀ ଏବଂ ଶରଦ କୋଲ୍ ଯଦି କଂଗ୍ରେସରେ ଯୋଗ ଦିଅନ୍ତି, ତେବେ ବିଜେପିର ମାତ୍ର ୧୦୭ ଜଣ ବିଧାୟକ ରହିବେ। ଏଭଳି ସ୍ଥିତିରେ କଂଗ୍ରେସର ୧୧୬ ଜଣ ବିଧାୟକ ଏବଂ ବିଜେପିର ୧୦୭ ଜଣ ବିଧାୟକ ରହିବେ, ଅନ୍ୟ ମାନଙ୍କ ମଧ୍ୟରେ ବିଏସପିର ୨ ଜଣ, ଏସପିର ୧ ଜଣେ ଏବଂ ସ୍ୱାଧିନର ୪ ଜଣ ରହିଛନ୍ତି, ଏମାନଂକୁ ଦୁର୍ସ୍ତରେ ରଖି ପ୍ରମୁଖ ଦୁଇ ଦଳ ନିଜ ନିଜର ଦଳୀୟ ବିଧାୟକ ମାନଙ୍କୁ ମନାଇବା ସହ ଅନ୍ୟ ବିଧାୟକ ମାନଙ୍କୁ ତୀକ୍ଷଣ ଦୃଷ୍ଟିରେ ରଖିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ