ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି
ଓଡିଶାରେ ଖାଲି ପଡିଥିବା ତିନୋଟି ରାଜ୍ୟସଭା ଆସନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୨ ଜଣଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ବିଜେଡି ଦଳର ଆଇଟି ସେଲର ମୁଖ୍ୟ ଅମର ପଟ୍ଟନାୟକ ଓ ଦଳର ମୁଖପାତ୍ର ଥିବା ଡ. ସସ୍ମିତ ପାତ୍ର ନାମ ଘୋଷଣା କରିଛନ୍ତି । ଅନ୍ୟ ପଟେ ବିଜେଡି ସମର୍ଥୀତ ତଥା ଓଡିଶା କ୍ୟାଡେରର ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତି ଗତ ସଚିବ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ କରାଯାଇଥିବା ସୂଚନା ମିଳିଛି ।


