ରାଜ୍ୟସ୍ତରୀୟ ଅନଲାଇନରେ ଅନ୍ତର୍ଜାତୀୟ ସ୍ବେଛାସେଵୀ ଦିବସ ପାଳନ
କ୍ଷତ୍ରିୟବରପୁର,(ସନ୍ତୋଷ ବିଷୋୟୀ): ଆଞ୍ଚଳିକ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ,କଟକ ଜ଼ିଲ୍ଲା ଡ଼ିକେନ ସ୍ନାତକ ମହାବିଦ୍ୟାଳୟ, ଏରୋଞ୍ଚ, ଏବଂ କଳାହାଣ୍ଡି ଜ଼ିଲ୍ଲା ଗୋଲାମୁଣ୍ଡା ସର୍ବମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବରେଡକ୍ରସ ତରଫରୁ ମିଳିତ ଭାବରେ ରାଜ୍ୟସ୍ତରୀୟ ଅନଲାଇନରେ ଆନ୍ତର୍ଜାତୀୟ ସ୍ବେଛାସେବୀ ଦିବସ ପାଳିତ ହୋଇଯାଇଛି |ଏହାକୁ ରାଜ୍ୟ ଯୁବରେଡକ୍ରସ ଅଧିକାରୀ ଡ଼ ଅଜୟ କୁମାର ତ୍ରିପାଠୀ ଉଦଘାଟନ କରିଥିଲେ |ବିଶିଷ୍ଟ ସ୍ବେଛାସେବୀ ମଧୁସୂଦନ ଦାସ ସାଧନ ବ୍ୟକ୍ତି ଭାବରେ ଯୋଗ ଦେଇ ସେବାରେ ସ୍ବେଛାସେବୀର ସମ୍ପର୍କ ବୃଦ୍ଧି ପାଇଥାଏ ବୋଲି କହିଥିଲେ |ବ୍ରହ୍ମପୁର ସ୍ଥିତ ଅରୁଣା ଅନୁଷ୍ଠ|ନର ମୁଖ୍ୟ ଲୋକନାଥ ମିଶ୍ର ନିଜର ବକ୍ତବ୍ୟରେ ସ୍ୱେଚ୍ଛାସେବୀ ରାଷ୍ଟ୍ରର ଉନ୍ନତିରେ ଜଣେ କର୍ଣ୍ଣଧାର ବୋଲି କହିଥିଲେ |ରାଜ୍ୟ ଯୁବରେଡକ୍ରସ ସଂଯୋଜକ ଗୋପାଳ କୃଷ୍ଣ ମିଶ୍ର ସଂଯୋଜନାରେ ଅଧ୍ୟାପକ ଶାନ୍ତନୁ କୁମାର ପରିଡା ସ୍ୱାଗତ ଭାଷଣ ଦେଇଥିଲେ |ଅଧ୍ୟାପକ ଲୋକନାଥ ମହାନ୍ତି ସ୍ବେଛାସେବୀ ଗୀତ ଗାଇଥିଲେ |ଜ଼ିଲ୍ଲା ସଂଯୋଜକ ବି. ଗୋବିନ୍ଦ ରାଓ ଧନ୍ୟବାଦ ଦେଇଥିଲେ |


