ରାଜ୍ୟସ୍ତରୀୟ କୃଷକ ଉତ୍ପାଦକ କର୍ମଶାଳା ଅନୁଷ୍ଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱରସ୍ଥିତ ନୟାପଲ୍ଲୀ ହୋଟେଲ ପ୍ରେସିଡେନ୍ସୀଠାରେ ରାଜ୍ୟ ସ୍ତରୀୟ କୃଷକ ଉତ୍ପାଦକ ସଂଗଠନମାନଙ୍କୁ ସୁଦୃଢ କରିବା ନିମିତ୍ତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି. ଚାଷୀଙ୍କ ଉତ୍ପାଦକ ଦ୍ରବ୍ୟର ସଠିକ ମୂଲ୍ୟ ଓ ତାଙ୍କ ଆର୍ଥୀକ ମାନଦଣ୍ଡର କିପରି ବୃଦ୍ଧି କରାଯାଇ ପାରିବ ତାହା ଉପରେ ଏକ କର୍ମଶାଳା ଓ ଆଲୋଚନା ହୋଇଥିଲା. ଉକ୍ତ କାର୍ଯ୍ୟକ୍ରମରେ ନିର୍ମାଣର କାର୍ଯ୍ୟକାରି ନିର୍ଦେଶକ ପ୍ରଶାନ୍ତ ମହାନ୍ତି ଓ କାର୍ଯ୍ୟକ୍ରମର ସଂଯୋଜନା ଅରୁଣିମା ସ୍ୱାଇଁ ଯୋଗଦେଇ ବ୍ୟାପକ ଆଲୋଚନା କରିଥିଲେ. ନିର୍ମାଣ ପକ୍ଷରୁ ଆୟୋଜିତ ଓ ସିଆରଏସ ସହଯୋଗରେ କୃଷି, କୃଷକଙ୍କ ସହିତ ସେମାନଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ଉତ୍ପାଦନ ଗୁଡିକ ବ୍ୟାପକ ପ୍ରସାର, ପ୍ରଚାର ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା. ଏଥିରେ ପ୍ରାୟ ତିରିଶଟି ସଂଗଠନ,ସରକାରଙ୍କ ଅଧିକାରୀ ସହିତ,ବୈଷୟିକ ବୈଷୟିକ ସହାୟତା ପ୍ରଦାନ କରୁଥିବା ସଂଗଠନ,ବୁଦ୍ଧିଜୀବୀମାନେ ଯୋଗଦେଇ ନିଜର ସମସ୍ୟା ଓ ମତାମତ ବ୍ୟକ୍ତ କରିବା ସହିତ ଓଡିଶାରେ ନିଉ ୱର୍କିu ମାଧ୍ୟମରେ ଏଫପିର ବିକାଶ ପାଇଁ ମତବ୍ୟକ୍ତ କରିଥିଲେ. ସିଆରଏସର ଅମର, ପୁଷ୍ପା ଓ ସଂଜୀବ ମୂଳ ଲକ୍ଷ୍ୟ ଓ ଦିଗ ଉପରେ ଆଲୋକପାତ କରିଥିଲେ. ସରକାରଙ୍କ ସହିତ ବିଭିନ୍ନ ସଂଗଠନମାନେ ଚାଷୀଙ୍କ ବହୁବିଧ ଉନ୍ନତି ପାଇଁ ଆଗେଇ ଆସନ୍ତୁ ତପ୍ତପାଣି ମୁଖ୍ୟକାର୍ଯ୍ୟ ନିର୍ବାହୀ ଅଜିତ କୁମାର ସାହୁ, ନୀଳିମା ସାହୁ, କେଦାର ଚୌଧୁରୀ ପ୍ରମୁଖ ମତବ୍ୟକ୍ତ କରିଥିଲେ.


